ସୁନ୍ଦରଗଡ଼:୩୧/୦୮(ଆନିସ): ହକି ଲେଜେଣ୍ଡ ମେଜର ଧ୍ୟlନଚାନ୍ଦଙ୍କ ଜନ୍ମ ବାର୍ଷିକୀ ତଥା ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ୨୯ ତାରିଖରୁ ୩ ଦିନ ଧରି ସୁନ୍ଦରଗଡ଼ ସଦର ମହକୁମା ଠାରେ ବିଭିନ୍ନ କ୍ରୀଡ଼ା ଆୟୋଜିତ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ ଶନିବାର ସନ୍ଧ୍ୟା ୫.୩୦ ସମୟରେ ଭବାନୀ ଭବନ ଷ୍ଟାଡିୟମ ପରିସରରେ ସିପକ୍ ଟାକ୍ରୋ ଖେଳର ଆୟୋଜନ କରାଯାଇ ଥିଲା l ଜିଲ୍ଲା କ୍ରୀଡ଼ା ଅଧିକାରୀ ବିଶ୍ଵ କେସନ ପାଣ୍ଡେ ଖେଳକୁ ଉଦଘାଟନ କରିଥିଲେ l ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୧୦ ଟି ଦଳ ଆସି ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଥିଲେ l ଶେଷରେ ସମସ୍ତ ଦଳକୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ପ୍ରଦାନ କରାଯାଇଥିଲା l ଠିକ୍ ସେହିପରି ଗତ ଗୁରୁବାର ସକାଳ ୮ ଟା ସମୟରେ ଏକ ମିନି ମାରାଥନକୁ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ମାରାଥନଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ରାସ୍ତାଠାରୁ ବାହାରି ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ୬୦୦ ଜଣ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ କି ଛାତ୍ରଛାତ୍ରୀ, ସାଇ, ଜିଲ୍ଲା କ୍ରୀଡ଼ା ସଂସଦ ଏବଂ ସ୍ପୋର୍ଟସ ହଷ୍ଟେଲର ପ୍ରଶିକ୍ଷାର୍ଥୀ, କ୍ରୀଡ଼ା ପ୍ରେମୀ ପ୍ରମୁଖ ସାମିଲ ହୋଇଥିଲେ । ପରେ ଭବାନିପୁର ହକି ଟ୍ରେନିଂ କେନ୍ଦ୍ର ଠାରେ ହକି ମ୍ୟାଚ୍ ଓ ତୀରନ୍ଦାଜ୍ ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ଫୁଟବଲ, ବକ୍ସିଂ ଏବଂ କରାଟେ ଖେଳ ଅନୁଷ୍ଠିତ କରଯାଇଥିଲା l ଶନିବାର ସିପକ୍ ଟାକ୍ରୋ ଏବଂ ବ୍ୟାଡମିଣ୍ଟନ ଖେଳ ପ୍ରଦର୍ଶନ କରଯାଇଥିଲା l
ଦେବେନ୍ଦ୍ର କୁମାର ଭିତ୍ରିଆ: ସୁନ୍ଦରଗଡ଼
More Stories
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।
ୟଙ୍ଗ ଷ୍ଟାର ଫୁଟବଲ ଟୁର୍ଣ୍ଣା ମେଣ୍ଟ ,ଝାର କୁଣ୍ଡାମାଲ କୁ ହରାଇ ସିର୍ଲିଗୁଡା ଦଳ ଚାମ୍ପିୟାନ
ତୃତୀୟ ବାର୍ଷିକ ମା ଭଗବତୀ ଆନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସାମ୍ବାଦିକ ସମ୍ମିଳନୀ।