MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅକ୍ଟୋବର ୯ ରେ ମିଳିବ ଦ୍ଵିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ମୋ ଟିଭି ଓଡିଶା / ଭୁବନେଶ୍ୱର :

ବହୁଚର୍ଚ୍ଚିତ ମହିଳା-କୈନ୍ଦ୍ରିକ ଫ୍ଲାଗସିପ ସ୍କିମ୍‌ ‘ସୁଭଦ୍ରା’ ଯୋଜନା ନେଇ ବଡ ଅପଡେଟ ଆସିଛି । ଦୁର୍ଗାପୂଜା ପୂର୍ବରୁ ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ ଯୋଜନା ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା । ଆସନ୍ତାମାସ (ଅକ୍ଟୋବର) ୯ ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର । ବାରିପଦାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ଏହି ପ୍ରର୍ଯ୍ୟାୟରେ ପ୍ରାୟ ୪୦ ଲକ୍ଷ ହିତାଧିକାରୀ ଟଙ୍କା ପାଇବେ । ଏନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।

ଏନେଇ ପ୍ରଭାତି ପରିଡା କହିଛନ୍ତି, ” ଅକ୍ଟୋବର ୯ ତାରିଖରେ ମୟୂରଭଞ୍ଜର ବାରିପଦା ଜିଲ୍ଲାରେ ସୁଭଦ୍ରା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଟଙ୍କା ସୁଭଦ୍ରା ହିତାଧୀକାରୀଙ୍କୁ ଦିଆଯିବ । ମହିଳାଙ୍କୁ ଦଶହରା ଭେଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୪୦ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ପଟାଯିବ । ନିଜର ସମୃଦ୍ଧି ପାଇଁ ମହିଳା ମାନେ ଏହି ଟଙ୍କାର ଉପଯୋଗ କରିବେ ବୋଲି ଆମର ଆଶା ରହିଛି । ଆମର ଲକ୍ଷ୍ୟ ୧ କୋଟି ମହିଳା ଏହି ଯୋଜନାରେ ସାମିଲ ହେବେ । ବର୍ତ୍ତମାନ ୯୬ ଲକ୍ଷ ମହିଳା ଆବେଦନ କରିସାରିଛନ୍ତି । ଏକ କୋଟିରେ ଯେଉଁ ମହିଳା ରହିବେ ଓ ପ୍ରଥମ କିସ୍ତି ପାଇଥିବା ମହିଳାଙ୍କୁ ସମ୍ମାନିତ କରାଯିବ । ”

ଚଳିତମାସ (ସେପ୍ଟେମ୍ବର)୧୭ ତାରିଖରେ ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ପ୍ରଥମ କିସ୍ତି ୧୨୫୦ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିଲା । ଯେଉଁ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଯାଇନଥିଲା ସେମାନେ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ । ଟଙ୍କା ଆସିବ ନା ନାହିଁ ସେନେଇ ଦ୍ବନ୍ଦରେ ଥିଲେ । କିନ୍ତୁ ଟଙ୍କା ନିଶ୍ଚିତ ଆସିବ ବୋଲି ଆଶ୍ବସନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ । ଏବେ ଦ୍ବିତୀୟ କିସ୍ତି ମଧ୍ୟ ମିଳିବାକୁ ଯାଉଛି । ଯାହାକୁ ନେଇ ମହିଳା ମାନେ ବେଶ ଖୁସି ଅଛନ୍ତି । ଅକ୍ଟୋବର ୯ ତାରିଖକୁ ସମସ୍ତ ମହିଳା ଉତ୍ସାହର ସହ ଅପେକ୍ଷା କରିଛନ୍ତି । ରାଜଧାନୀରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଉତ୍ତର ଓଡିଶାର ବାରିପଦା ସହରକୁ ବାଛିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।