February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସମବାୟ ମନ୍ତ୍ରୀ ଙ୍କୁ ଭେଟି ୫ ଦଫା ଦାବି ସମ୍ବଳିତ ପତ୍ର ପ୍ରଦାନ କଲେ ରାଜ୍ୟ କର୍ମକର୍ତ୍ତା।

କଳାହାଣ୍ଡି : ୧୪/୧୧


ଅଳ ଓଡିଶା ପେକ୍ସ ଓ ଲେମ୍ପସ କର୍ମଚାରୀ ଫେଡରେସନ ପକ୍ଷରୁ ୫ ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ପୂର୍ବରୁ ଦାବି ଉପସ୍ଥାପନା କରି ଆସୁଥିବା ବେଳେ ପୂର୍ବତନ ରାଜ୍ୟ ସରକାର ସମବାୟ କର୍ମଚାରୀ ଙ୍କ ବିଭିନ୍ନ ଦାବି ଉପରେ ଆଗାମୀ ସମୟରେ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ।

ତେବେ ବର୍ତ୍ତମାନ ରାଜ୍ୟ ସରକାର ବଦଳିବା ପରେ କର୍ମଚାରୀ ମାନେ ଦାବି ପୂରଣ ନେଇ ଆଶା ଓ ଆଶଙ୍କା ରେ ରହିଥିବା ବେଳେ ପଶ୍ଚିମ ଓଡିଶା ପେକ୍ସ ଓ ଲେମ୍ପସ ଫେଡରେସନ ର ସଭାପତି ନାଉରି ନାୟକ ଙ୍କ ପ୍ରତିନିଧିତ୍ଵ ରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଠାରେ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଙ୍କ ସହ ସାକ୍ଷାତକାର କରି ସଂଘର ୫ ଦଫା ଦାବୀ ଉପରେ ଆଲୋଚନା କରିଥିଲେ । ମାନ୍ୟବର ମନ୍ତ୍ରୀ ସମସ୍ତ ଦାବୀ ପର୍ଯ୍ୟାୟ କ୍ରମେ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

ସର୍ବ ଶେଷରେ ସଂଘ ତରଫରୁ ମାନ୍ୟବର ମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏଇ ଆଲୋଚନା ରେ ସଂଘ ତରଫରୁ ରାଜ୍ୟ ସମ୍ପାଦକ ନୀତେଶ କୁମାର ସାହୁ ଉପ-ସଭାପତି ସମ୍ବଲପୁର, କଳାହାଣ୍ଡି ରୁ ନିରଞ୍ଜନ ପ୍ରସାଦ ବାଗ, ହେମନ୍ତ କୁମାର ନାଏକ,ଭଦ୍ରକ ଜିଲ୍ଲା ରୁ ଉପ-ସଭାପତି ଅରୁଣ ଉଦୟ ପାତ୍ର,ବାଲେଶ୍ଵର ଜିଲ୍ଲା ରୁ ବିଧାନ ଚନ୍ଦ୍ର ଘୋଷ , ଢେଙ୍କାନାଳ ଜିଲ୍ଲା ରୁ ମନୋଜ ମିଶ୍ର,ରାଧାମୋହନ ସାମଲ ଉପସ୍ଥିତ ହୋଇ ଆଲୋଚନା କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।