February 4, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୁଣି ଚମକିବ ଶ୍ରୀମନ୍ଦିର। ଲାଗିଲା ଲାଇଟ୍‌।

ମୋଟିଭି ଓଡିଶା / ପୁରୀ :

ପୁଣି ଚମକିବ ଶ୍ରୀମନ୍ଦିର। ଲାଗିଲା ଲାଇଟ୍‌। ଆଜି ସନ୍ଧ୍ୟାରୁ ପୁଣି ଚମକିବ ପୁରୀ ଶ୍ରୀମନ୍ଦିର। ଲାଇଟ୍‌ ହଟାଯିବାକୁ ନେଇ ଅସନ୍ତୁଷ୍ଟ ଥିଲେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ଆଲୋକୀକରଣ ପାଇଁ ଆସିଲା ଲାଇଟ୍‌। ତିନି ଦିନ ହେବ ଅନ୍ଧାରରେ ଥିଲା ଶ୍ରୀମନ୍ଦିର। ଲଗାଗଲା ଉଚ୍ଚ କ୍ଷମତା ସମ୍ପନ୍ନ ଲେଜର ଲାଇଟ୍‌।

ବିଜେଡି ହାରିବା ପରେ ଅନ୍ଧାରରେ ବଡ଼ ଦେଉଳ । ପୂର୍ବରୁ ଲାଇଟ୍‌ରେ ଝିଲିମିଲି ହେଉଥିଲା ଶ୍ରୀମନ୍ଦିର, ହେଲେ ଏବେ ପୂରା ଅନ୍ଧକାର ମୟ ହୋଇଯାଇଥିଲା । ଦୃଶ୍ୟ ଦେଖିବା ପରେ ଆପଣଙ୍କୁ ବି କଷ୍ଟ ଲାଗିବ, ଆଉ ପ୍ରଶ୍ନ କରିବେ ପରାଜୟର ରାଗ ଜଗନ୍ନାଥଙ୍କ ଉପରେ କାହିଁକି ? ଆଉ ନୁହେଁ ତ କଣ? କୋଟି ଓଡ଼ିଆଙ୍କ ମଉଡମଣି ଜଗାର ଶ୍ରୀମନ୍ଦିର ଅନ୍ଧାର କରିଦେଲା ବିଜେଡି । ରାଜ୍ୟରେ ବିଜେଡି ସରକାରର ପତ୍ତନ ପରେ ଶ୍ରୀମନ୍ଦିର ଚାରିପଟୁ ଖୋଲି ଦେଲା ଲାଇଟ୍। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଚାରିପଟେ ଲଗାଯାଇଥିଲା ବଡ଼ ବଡ଼ ଲାଇଟ୍ । ରାତିରେ  ଚମକୁଥିଲା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ । ରାତାରାତି ଲାଇଟ୍ ଖୋଲିନେଲେ ଠିକାଦାର । ଏବେ ପୁଣି ଥରେ ଲାଗିବ ଲାଇଟ୍‌। 

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।