February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଟ୍ରକ କୁ ପିଟିଲା ଟମାଟୋ ବୋଝେଇ ପିକଅପ ଗାଡି

ଟ୍ରକ କୁ ପିଟିଲା ଟମାଟୋ ବୋଝେଇ ପିକଅପ ଗାଡି, ଡ୍ରାଇଭର ଓ ଅନ୍ୟ ଜଣେ ଗୁରୁତର, କଟର ରେ କାଟି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ


କଳାହାଣ୍ଡି:୨୨/୧୧
ରିପୋର୍ଟ—ସନତ ପ୍ରଧାନୀ


ଜାତୀୟ ରାଜପଥ ୨୬ କୋକସରା ଥାନା ଡଙ୍ଗରିଗୁଡା ଆପନା ଢ଼ାବା ନିକଟରେ ରାତି ୧୦ ଘଣ୍ଟା ସମୟରେ ପୂର୍ବରୁ ଢ଼ାବା ନିକଟରେ ରହିଥିବା ଏକ ଟ୍ରକ କୁ ଜୟପୁର ପଟୁ ବଲାଙ୍ଗୀର କୁ ଟମାଟୋ ବୋଝେଇ କରି ଦ୍ରୁତଗତି ରେ ଯାଉଥିବା ପିଅ ଅପ ଗାଡି ଓଡ଼ି ୦୩ ଏ ବି ୫୬୭୪ ପଛ ପଟୁ ଧକ୍କା ଦେଇଥିଲା l ଯାହାଫଳରେ ପିକ ଅପ ଗାଡି ମଧ୍ୟରେ ଡ୍ରାଇଭର ଓ ଅନ୍ୟ ଜଣେ ଗାଡି ମଧ୍ୟରେ ଚାପି ହୋଇ ରହିଥିବା ବେଳେ ସ୍ଥାନୀୟ ଢ଼ାବା ମାଲିକ ଏନେଇ ମୋଟେର ଫାଣ୍ଡି ପୁଲିସ କୁ ଖବର ଦେଇଥିଲେ l

ଘଟଣାସ୍ଥଳରେ ପୁଲିସ ମୋଟେର ଓ କୋକସରା ପୁଲିସ ପହଞ୍ଚି କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ସହାୟତା ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଗାଡି କାଟିବା ପାଇଁ ଆବଶ୍ୟକ ମେସିନ ନଥିବାରୁ ଭବାନୀପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବା ପରେ ଦୁଇ ଗୁରୁତର ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ଦୁଇ ଗୁରୁତର ହେଲେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳ ର ଡ୍ରାଇଭର ଭବାନୀ ଶଙ୍କର ମାଝୀ (୨୪) ଓ ପ୍ରହଲ୍ଲାଦ ମାଝୀ (୨୨) ବୋଳି ଜଣାପଡିଛି। ଦୁଇ ଗୁରୁତର ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଜାତୀୟ ରାଜପଥ ୨୬ କୋକସରା ବ୍ଲକ ଅଞ୍ଚଳ ରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗ ନିକଟରେ ଆବଶ୍ୟକ ମେସିନ ନଥିବାରୁ ଉଦ୍ଧାର କାର୍ଯ୍ୟ ରେ ବ୍ୟାହତ ହେଉଛି। ଏଣୁ ଅଗ୍ନିଶମ ବିଭାଗ ଉଚ୍ଚ ଅଧିକାରୀ ଏହାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ସରଞ୍ଜାମ ଯୋଗାଇ ଦେବାକୁ ଦାବି ହେଉଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।