ଖୋର୍ଦ୍ଧା : ରାମେଶ୍ୱର ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ପ୍ରମୋଦ ତ୍ରିପାଠୀଙ୍କର ଅକାଳ ମୃତ୍ୟୁ।ସୂଚନାରୁ ଜଣାପଡିଛି ଗତକାଲି ରାତିରେ ସ୍ୱର୍ଗତ ପ୍ରମୋଦ ତ୍ରିପାଠୀ ଘରେ ଖାଇ ଶୋଇଥିଲେ ମଧ୍ୟରାତ୍ରରେ ପରିଶ୍ରା ଯିବାବେଳେ ତାଙ୍କ ର ଦେହ ଅସୁସ୍ଥ ହୋଇପଡିଥିଲା।ତାଙ୍କୁ ସଗେଂ ସଗେଂ ଭୂବନେଶ୍ୱର ର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ସ୍ୱର୍ଗତ ତ୍ରିପାଠୀ ରାମେଶ୍ୱର ଗ୍ରାମପଞ୍ଚାୟତ ର ୧୫ବର୍ଷ ସରପଞ୍ଚ ଓ ଥରେ ସମିତିସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ସେ ଅନେକ ସମାଜସେବା କରି ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ। ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମପଞ୍ଚାୟତ ରେ ସେ ଅନେକ ନ୍ୟାୟ ନିଶାବରେ ଯୋଗଦେଇ ଲୋକ ମାନଙ୍କ ସେବାରେ ନିଜକୁ ସମର୍ପି ଦେଇଥିଲେ।
ରାମେଶ୍ୱର ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚଙ୍କ ଅକାଳ ମୃତ୍ୟୁ।

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।