ମୋ ଟିଭି ଓଡିଶା / କଳାହାଣ୍ଡି:୧୯/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନ୍ଦା ବୁଟ୍ରା ପଞ୍ଚାୟତ ଘୁର୍ଲିଗୁଡା ନିକଟରେ ଥିବା ଏକ ଚାଷଜମି କୁ ଲାଗି ରହିଥିବା ପଡିଆ ରେ ଏକ ଭାଲୁ ଖାଦ୍ୟ ଅନ୍ୱେଷଣ ରେ ବୁଲୁଥିବା ଦେଖି ସ୍ଥାନୀୟ ଚାଷି ଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।
ଗତକିଛି ଦିନ ତଳେ କନ୍ଦାବୁଟ୍ରା ର ଜଣେ ବୃଦ୍ଧ ଚାଷୀ ପୂର୍ଣ୍ଣଚନ୍ଦ୍ର ମାଝୀ ଙ୍କୁ ଭାଲୁ ଆକ୍ରମଣ କରିଥିବା ବେଳେ ବର୍ତ୍ତମାନ ମଧ୍ୟ ଭବାନୀପାଟଣା ସରକାରୀ ମେଡ଼ିକାଲ ରେ ଚିକତ୍ସାଧୀନ ରହିଛନ୍ତି। ଦିନ ଦ୍ଵି ପହର ରେ ଭାଲୁ ବିଚରଣ କରୁଥିବା ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡିଛନ୍ତି।
କୋକସରା ଫରେଷ୍ଟ ସେକ୍ସନ ଅଧୀନରେ ଥିବା ଏହି ଅଞ୍ଚଳ ରେ ଲୋକଙ୍କୁ ସୁରକ୍ଷା ଓ ଭାଲୁ କୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇବା ପାଇଁ ସ୍ଥାନୀୟ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଏନେଇ କୋକସରା ଫରେଷ୍ଟର ରଶ୍ମି ରଞ୍ଜିତା ନାଏକ ଙ୍କ ପ୍ରତିକ୍ରିୟା ନେବାରୁ ଖବର ମିଳିଛି ଓ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ସହ ଭାଲୁ ଚଲାପଥ ରେ ଯିବା ପାଇଁ ବାରଣ କରାଯାଇଛି ବୋଲି କହିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।