January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୋର ବାଗୁଡ଼ି ରାସ୍ତା ମରାମତି ଦାବିରେ ମନ୍ତ୍ରୀଙ୍କୁ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ସୋର ବାଗୁଡ଼ି ରାସ୍ତା ମରାମତି ଦାବିରେ ମନ୍ତ୍ରୀଙ୍କୁ ରାସ୍ତା ଅବରୋଧ କଲେ ଗ୍ରାମବାସୀ, ଏକ ମାସ ମଧ୍ୟରେ ରାସ୍ତା ମରାମତି କରାଯିବାକୁ ମହୋତ୍ସବ ମଞ୍ଚ ଉପରେ ପରିବହନ ମନ୍ତ୍ରୀ ଙ୍କ ପ୍ରତିଶୃତି।

ସୋର ବାଗୁଡ଼ି ରାସ୍ତା ମରାମତି ଦାବିରେ ମନ୍ତ୍ରୀଙ୍କୁ ରାସ୍ତା ଅବରୋଧ କଲେ ଗ୍ରାମବାସୀ, ଏକ ମାସ ମଧ୍ୟରେ ରାସ୍ତା ମରାମତି କରାଯିବାକୁ ମହୋତ୍ସବ ମଞ୍ଚ ଉପରେ ପରିବହନ ମନ୍ତ୍ରୀ ଙ୍କ ପ୍ରତିଶୃତି।

ସୋର : ୦୮/୧୧/୨୪



ପରିବହନ ମନ୍ତ୍ରୀ ଙ୍କୁ ଅଂଚଳବାସି ଙ୍କ ତୀବ୍ର ବିରୋଧ, ଅଧା ବାଟ ରୁ ଫେରି ରାସ୍ତା ବଦଳାଇ ଗଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା l

ବାଲେଶ୍ୱର ଜିଲ୍ଲା ବାଗୁଡ଼ି ଠାରେ ବାଗୁଡ଼ି ମହୋତ୍ସବ କାର୍ଯ୍ୟକ୍ରମ ରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଅତିଥି ହୋଇ ଆସିଥିଲେ l ମନ୍ତ୍ରୀ ଆସିଥିବା ଖବର ଜାଣି ମାଣୀତ୍ରୀ ଛକ ନିକଟରେ ଅଂଚଳବାସି ମାନେ ଏକତ୍ରିତ ହୋଇ ରାସ୍ତା ଅବରୋଧ କରିଥିଲେ l ଦୀର୍ଘ ଦିନ ଧରି ସୋର ବାଗୁଡ଼ି ରାସ୍ତା ଅବସ୍ଥା ଶୋଚନିୟ ଥିବାରୁ ଅଂଚଳବାସି ମାନେ ବାରମ୍ବାର ଅଭିଯୋଗ କରିଥିଲେ l କେହି ନଶୁଣିବାରୁ ଆଜି ବାଗୁଡ଼ି ମହୋତ୍ସବ ରେ ଯୋଗ ଦେବାକୁ ମନ୍ତ୍ରୀ ଆସିଥିବା ଖବର ପାଇ ରାସ୍ତା ରେ ଅବରୋଧ କରିଥିଲେ l

ପୋଲିସ ପହଁଚି ବୁଝାସୁଝା କରିଥିଲେ l ଲୋକ ମାନେ ଜିଦ ରେ ଅଟଳ ରହିବାରୁ ଶେଷରେ କୌଣସି ଉପାୟ ନପାଇ ମନ୍ତ୍ରୀ ଅଧା ରୁ ଫେରି ରାସ୍ତା ବଦଳାଇ ଅନ୍ୟ ବାଟେ ଦେଇ ଭୁବନେଶ୍ୱର ଫେରି ଯାଇଥିଲେ l ଲୋକ ମାନଙ୍କ ମଧ୍ୟ ରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି l ଅନ୍ୟ ପଟେ ମନ୍ତ୍ରୀ ମହୋତ୍ସବ ମଞ୍ଚ ରେ ଏକ ମାସ ଭିତରେ ରାସ୍ତା ମରାମତି କାମ କରାଯିବାକୁ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ସହ ଆଲୋଚନା କରି ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।