ବନ୍ୟ ଯନ୍ତୁ ଶିକାର ଉଦେଶ୍ୟ ରେ ଆସିଥିବା 8 ଜଣ ଙ୍କୁ କାବୁ କଲେ ଗ୍ରାମବାସୀ, ଗୋଟିଏ ଦେଶୀ ବନ୍ଧୁକ ସହ ମରଣାସ୍ତ୍ର ଠାବ
ANCHOR :
ଗଞ୍ଜାମ କବିସୂର୍ଯ୍ୟନଗର ଥାନା ବୋଲସର ମସାଣି ଛକ ଚାଷ ଜମି ନିକଟ ରୁ ବନ୍ୟଯନ୍ତୁ ଶିକାର ଲାଗି ଆସିଥିବା ଆଠ ଜଣ ଙ୍କୁ କାବୁକଲେ ଗ୍ରାମବାସୀ l

ସେମାନଙ୍କ ନିକଟ ରୁ ଗୋଟିଏ ଦେଶୀ ବନ୍ଧୁକ, ମରଣାସ୍ତ୍ର ସହ କିଛି ମାଂସ ଠାବ ହୋଇଛି l ଅଟକ ଙ୍କ ମଧ୍ୟରୁ 7 ଜଣ ଶେରଗଡ଼ ଅଞ୍ଚଳର ହୋଇଥିବା ବେଳେ ଜଣେ ମଣ୍ଟାପଡା ଗ୍ରାମର ହୋଇଥିବା ଜଣାପଡିଛି l
ଶୁକ୍ରବାର ରାତି 7 ଟା ସମୟରେ ଚାଷ ଜମିରେ କିଛି ଲୋକ ଙ୍କ ଚଳପ୍ରଚଳ ଦେଖି ଗ୍ରାମବାସୀ ସେମାନଙ୍କୁ ପଚରା ଉଚରା କରିବା ସମୟରେ ସେମାନଙ୍କ ନିକଟରେ ବନ୍ଧୁକ ସହ ମାରଣାସ୍ତ୍ର ଦେଖି ଅଟକ ରଖିବା ସହ ପୋଲିସ କୁ ଖବର ଦେଇଥିଲେ l

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମାଙ୍କଡ଼ ଓ ବନ୍ୟଜନ୍ତୁ ଶିକାର ଉଦେଶ୍ୟରେ ସମସ୍ତେ ଆସିଥିବା ସୂଚନା ମିଳିଛି l
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋଟ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।