MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅଗଂନବାଡି ଗୃହ ନିର୍ମାଣ ଦାବିରେ ସୁପର ଭାଇଜରକୁ ଅଟକ ରଖିଲେ ଗ୍ରାମବାସୀ।


ଖୋର୍ଦ୍ଧା : ୨୩/୦୪ : ଦିର୍ଘ ୨୪ବର୍ଷ ସ୍ଥିର ସରକାର ର ଖୋଲିଲା ଗୁମର।ଅଗଂନବାଡି କେନ୍ଦ୍ର ଘର ନଥିବାରୁ ଗାଁ ଲୋକେ ଶିଶୁ ବିକାଶ ସୁପର ଭାଇଜରକୁ ଗାଁ ଅଟକାଇ କରିଛନ୍ତି ପ୍ରତିବାଦ।ସୂଚନାରୁ ଜଣାପଡିଛି ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକ ଗୋଳବାଇ ଗ୍ରାମପଞ୍ଚାୟତ ଏକ ନମ୍ବର ଓ୍ବ।ର୍ଡ ଅଗଂନବାଡି କେନ୍ଦ୍ରର ନିଜସ୍ୱ ଘର ନାହିଁ।ଘର ନଥିବାରୁ ପିଲାମାନେ ଗଛମୂଳେ ଘର ବାରଣ୍ଡାରେ ଖୋଲା ଆକାଶ ତଳେ ବସି ପାଠ ପଢୁଛନ୍ତି।ଅଗଂନବାଡି ଘର ନଥିବାରୁ ଏହି ଓ୍।ର୍ଡରେ କାର୍ଯ୍ୟ ରତ ଅଗଂନବାଡି କର୍ମୀ ବାରମ୍ବାର ଖୋର୍ଦ୍ଧା ସିଡିପିଓଙ୍କୁ ଦରଖାସ୍ତ କରିଥିଲେ ମଧ୍ୟ କେହି ଶୁଣି ନାହାନ୍ତି।

ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।ଆଜି ସକାଳେ ଅଗଂନବାଡି କେନ୍ଦ୍ର ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଚାଲୁଥିବା ବେଳେ ଖୋର୍ଦ୍ଧା ଶିଶୁ ବିକାଶ ସୁପର ଭାଇଜର ପରିଦର୍ଶନରେ ଆସିଥିଲେ।ସୁପରଭାଇଜରଙ୍କ ଉପସ୍ଥିତ ରେ ଗ୍ରାମର କେତେକ ଅଭିଭାବକ ପହଞ୍ଚି ପିଲାମାନେ ଖରାରେ ବସିଥିବା ସଂମ୍ପର୍କ ରେ ପଚାରିଥିଲେ ସେ କୈ।ଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ।ପ୍ରତିବାଦରେ ଲୋକମାନେ ସୁପରଭାଇଜରକୁ ଦିର୍ଘ ସମୟ ଧରି ଅଟକ ରଖିଥିଲେ।ସୁପର ଭାଇଜର ଘଟଣା ସଂମ୍ପର୍କରେ ଖୋର୍ଦ୍ଧା ସିଡିପିଓ ଓ ବିଡିଓଙ୍କୁ ଅବଗତ କରାଇ ଓହାର ସ୍ଥାୟୀ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲ।ଗ୍ରାମବାସୀ ମାନେନିଜ ଜିଦରେ ଅଟଳ ରହି ରାଜ୍ୟ ସରକାର ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।ଆସନ୍ତା ୨୦୨୪ନିର୍ବାଚନ ପୂର୍ବରୁ ଅଗଂନବାଡି କେନ୍ଦ୍ର ଘର ନିର୍ମାଣ ଆରମ୍ଭ ନହେଲେ ସ୍ଥାନୀୟ ଗ୍ରାମବାସୀମାନେ ଭୋଟ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।