MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କାଦୁଅ ପଚ ପଚ ରାସ୍ତା ପାଇଁ ତଳି ରୋଇ ପ୍ରତିବାଦ କଲେ ମଙ୍ଗଳପୁର ଗ୍ରାମବାସୀ।


ମୋ ଟିଭି ଓଡିଶା / କଳାହାଣ୍ଡି : ୨୮/୦୭


ସ୍ୱାଧୀନତା ର ସତୁରି ଦଶକ ପରେ ମଧ୍ୟ ବଦଲିନାହିଁ ଉପାନ୍ତ ଅଞ୍ଚଳ ର ଚିତ୍ର। ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଗମନାଗମନ କୁ ସରଳିକରଣ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ଆଜି ମଧ୍ୟ ବଦଲିନାହିଁ ଉପାନ୍ତ ଅଞ୍ଚଳ ର ରାସ୍ତାଘାଟ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡା ପଞ୍ଚାୟତ ର ମଙ୍ଗଳପୁର ଗାଁ ପାଇଁ ସତେ ଯେମିତି ସରକାରୀ ଯୋଜନା ଅପହଞ୍ଚ ହୋଇ ପଡିଛି।

କୋକସରା ଓ ଧର୍ମଗଡ ବ୍ଲକ ସୀମାରେ ଥିବା ଏହି ଗ୍ରାମ କୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଖଣ୍ଡିଏ ନାହିଁ, ଫଳରେ ବର୍ଷ ବାରମାସ ମାଟି ରାସ୍ତା ରେ ଗ୍ରାମବାସୀ ଯାତାୟାତ କରୁଛନ୍ତି। ବର୍ଷ୧୨ ମାସ ମଧ୍ୟରୁ ବର୍ଷା ଦିନ ଆସିଲେ ଏହି ଗ୍ରାମବାସୀ ଙ୍କୁ ରାସ୍ତା ପାଇଁ।ଯମ ଯନ୍ତ୍ରଣା ଭୋଗିବାକୁ ପଡୁଛି। ବାରମ୍ବାର ପକ୍କା ରାସ୍ତା ରେ ସାମିଲ କରିବାକୁ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ଏହି ଗାଁ ପ୍ରତି ସତେ ଯେମିତି କୌଣସି ଆନ୍ତରିକତା ନାହିଁ। ପ୍ରତି ବର୍ଷ ବ୍ଲକ ଅନୁଦାନ ରୁ ରାସ୍ତା ନିର୍ମାଣ ହେଉଛି,ହେଲେ ସ୍ଥାନୀୟ କୁଜି ନେତା ଙ୍କୁ ସୁହାଇଲା ଭଳି ନାମକୁ ମାତ୍ର ମାଟି ମୋରମ ପକାଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ସ୍ଥାନୀୟ କୁଜିନେତା ମାନେ ଲକ୍ଷ ଲକ୍ଷ ଟଙ୍କା ହେରଫେର କରୁଥିବା ଅଭିଯୋଗ କରିଛନ୍ତି।

ବାରମ୍ବାର ପ୍ରଶାସନ ନିକଟରେ ଦ୍ୱାରସ୍ଥ ପରେ ମଧ୍ୟ ରାସ୍ତା ପାଇଁ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ମଙ୍ଗଳପୁର ଗ୍ରାମ ର ଶତାଧିକ ମହିଳା ପୁରୁଷ ମାନେ ପ୍ରତିବାଦ ସ୍ବରୂପ ଗାଁ କୁ ସଂଯୋଗ କରୁଥିବା କାଦୁଅ ପଚ ପଚ ରାସ୍ତାରେ ତଳି ରୋଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଗ୍ରାମର ମଙ୍ଗରାଜ ନାଗ, ଗୌରଚନ୍ଦ୍ର ନାଗ, କେଶବଲାଲ ବିହାରୀ, ବେଣୁଧର ବିହାରୀ, ହରିଶଙ୍କର ନାଗ, ନରେନ୍ଦ୍ର ନିଆଁଲ, ହର ବାଗ, ଭିକାରୀ ନାଏକ, ଟଙ୍କଧର ଧରୁଆ, ମୋହିନୀ ନାଗ, ଗୌରୀ ବିହାରୀ, ନୁପୁର ବାଗ, କାମିନୀ ବାଗ, ମାଳତୀ ବିହାରୀ, ମଥୁରା ବିହାରୀ, ତୁଳଶୀ ନିଆଁଲ, ଲତା ବାଗ, ରତ୍ନା ନାଏକ ସମେତ ଶତାଧିକ ଗ୍ରାମବାସୀ ମାନେ ପ୍ରତିବାଦ କରିବା ସହ ଆଗାମୀ ଦିନରେ ରାସ୍ତା ପାଇଁ ବ୍ଲକ କାର୍ଯ୍ୟାଳୟ ରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।