MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସ୍କୁଲ ଚାଉଳ ବିକ୍ରି ଅଭିଯୋଗ ନେଇ ଶିକ୍ଷୟତ୍ରୀଙ୍କୁ ଘେରିଲେ ଗ୍ରାମବାସୀ।


ରିପୋର୍ଟ – ତାଜୁଦ୍ଦିନ, ସୋର
ତା – ୨୪/୦୪/୨୦୨୪ :

ସୋର ବ୍ଲକ ମଧୁସୂଦନପୁର ପଂଚାୟତ ବୁଡ଼େଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପିଲାଙ୍କ ଚାଉଳ ବିକ୍ରି କରୁଥିବା ଅଭିଯୋଗରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଗ୍ରାମବାସୀମାନେ ଘେରିବା ପରେ ଅଧା ରାସ୍ତାରୁ ଚାଉଳ ଫେରି ସ୍କୁଲ ପରିସରରେ ଥିବା ଜଣାପଡିଛି। ସୂଚନା ଅନୁସାରେ ଆସନ୍ତା କାଲି ଠାରୁ ସ୍କୁଲ ଛୁଟି ପଡୁଥିବାରୁ ଆଜି ସ୍କୁଲର କେତକ ପିଲାଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା। ପରେ ଏକ ଟ୍ରଲିରେ ୧୦ ବସ୍ତା (୫ କ୍ୱିଣ୍ଟାଲ) ଚାଉଳ ନିକଟସ୍ଥ କଣ୍ଟ୍ରୋଲ ଡିଲର ବୁଦ୍ଧିରାମ ଦାସଙ୍କ ନିକଟକୁ ପଠାଉଥିଲେ।

ଏହି ସମୟରେ କିଛି ଗ୍ରାମବାସୀ ଅଧା ରାସ୍ତାରେ ଚାଉଳ ବୋଝେଇ ଟ୍ରଲିକୁ ଅଟକ ରଖି ପଚରାଉଚୁରା କରିବା ସହିତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘେରିଥିଲେ। ପରେ ଚାଉଳ ସ୍କୁଲକୁ ଫେରିଥିଲା। ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ପଚରା ଯିବାରୁ ସ୍କୁଲ ଛୁଟି କାରଣରୁ ଚାଉଳକୁ ସୁରକ୍ଷିତ ରଖିବା ପାଇଁ ଡିଲର ପାଖକୁ ପଠାଉଥିବା ସଫେଇ ଦେଇଥିଲେ। ବିଇଓ ନାରାୟଣ ଦାସଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେମିତି କୌଣସି ନିର୍ଦେଶ ନଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ନିଜ ମନକୁ ଏମିତି ଅଣଧିକାର କାମ କରିଛନ୍ତି। ଏବାଵଦାରେ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।