ମୋ ଟିଭି ଓଡିଶା / କଳାହାଣ୍ଡି : ୨୨/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ଅନ୍ତର୍ଗତ ମୋଟେର ଗ୍ରାମ ର ପୁଝାରି ପଡା କୁ ସଂଯୋଗ କରୁଥିବା ଗ୍ରାମ୍ୟ ଜଳ ଯୋଗାଣର ପାଇପ ଲାଇନ ଆଜକୁ ୧୦ ଦିନ ହେବ ଫାଟି ଯାଇଥିବା ବେଳେ ଗ୍ରାମ ର ମୁଖ୍ୟ ରାସ୍ତାରେ ପାନିୟ ଜଳ ନିଷ୍କାସନ ହୋଇ ପାନୀୟ ଜଳ ଅପବ୍ୟୟ ହୋଇ ରାସ୍ତାରେ ଲହଡି ଭାଙ୍ଗୁଛି। ଫଳରେ ପୁଝ ପଡା ରେ ବସବାସ କରୁଥିବା ଲୋକେ ପାନୀୟ ଜଳ ନପାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ପାନୀୟ ଜଳ ପାଇପ ଲାଇନ ଫାଟି ରାସ୍ତା ଉପରେ ପାଣି ନିଷ୍କାସନ ହେଉଥିବା ନେଇ କିଛି ସଚେତନ ନାଗରିକ ସୋସିଆଲ ମିଡ଼ିଆ ରେ ଭିଡ଼ିଓ କରି ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି।
ତେବେ ଗ୍ରାମ୍ୟ ଜଳଯୋଗାଣ ପାଇଁ ସ୍ଥାନୀୟ ପଂଚାୟତ କର୍ମଚାରୀ ନିୟୋଜିତ ରହିଥିବା ବେଳେ ପଞ୍ଚାୟତ କର୍ମଚାରୀ ଙ୍କ ଅପାରଗତା ଯୋଗୁ ପାଇପ ଲାଇନ ମରାମତି ରେ ଅହେତୁକ ବିଳମ୍ବ ଯୋଗୁଁ ପୁଝାରି ପଡା ର ଲୋକେ ପାନୀୟ ଜଳ ପାଇବାରେ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଏନେଇ ମୋଟେର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ବିଶି ଙ୍କୁ ପଚାରିବାରୁ ମୁଁ ନୂତନ ଭାବେ ଜଏନ କରିଛି, ସରପଞ୍ଚଙ୍କୁ ମଧ୍ୟ ଅବଗତ କରିଛି ପାଇପ ଲାଇନ ମରାମତି ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ କୋକସରା ବ୍ଲକ ଗ୍ରାମ୍ୟ ଜଳଯୋଗାଣର କନିଷ୍ଠ ଯନ୍ତ୍ରୀ ଫନୀନ୍ଦ୍ର ଆରକା ଙ୍କ ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ମୋବାଇଲ ସ୍ୱିଚ ଅଫ ଥିବାରୁ ସମ୍ଭବ ହୋଇ ପାରିନାହିଁ।
ରିପୋର୍ଟ–ସନତ ପ୍ରଧାନୀ କଳାହାଣ୍ଡି
More Stories
ଆଇରନ୍ ମାଇନ୍ସର ୨ ବରିଷ୍ଠ ଅଧିକାରୀଙ୍କ କ୍ବାର୍ଟର୍ସରେ CBI ରେଡ୍।
ଖାକିରେ ଦାଗ, ରକ୍ଷକ ସାଜିଲା ଭକ୍ଷକ ।
ରାଜଧାନୀର ବିଚ୍ ରାସ୍ତାରେ ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣା ।