ସ୍ୱାମୀର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର, ଭବିଷ୍ଯତ ଚିନ୍ତା ବଢୁଛି-ଆଠ ମାସ ହେଲା ନିଖୋଜ
ମୋ ଟିଭି ଓଡ଼ିଶା, ଫୁଲବାଣୀ:(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୧୩ ନମ୍ବର ୱାର୍ଡ ଅନ୍ତର୍ଗତ କନବାଗିରି ର ବିପୁଳ କୁମାର ନାୟକ ବୟସ ୪୧ହେଲେ ୮ ମାସ ହେଲା ନିଖୋଜ ଥିବା ବେଳେ ତାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ସ୍ତ୍ରୀ। ନିଖୋଜ ଯୁବକ ବିପୁଳ କୁମାର ନାୟକ ଯାଜପୁର ଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଏବଂ ଖ୍ରୀଷ୍ଟମାସ୍ ପାଳିବା ନିମନ୍ତେ ଛୁଟିରେ ନିଜ ଗାଁ କୁ ଫେରୁଥିଲେ।
ଡିସେମ୍ବର ୨୪ ତାରିଖ ଅପରାହ୍ନ ୪ ଘଣ୍ଟିକା ସମୟରେ ସୁକିନ୍ଦା, ଜଖାପୁର ଷ୍ଟେସନ ରେ ବଡ଼ବିଲ-ପୁରୀ ଟ୍ରେନ ସଂଖ୍ୟା ୧୮୪୧୫, ଡି ଟୁ କୋଚ ବଗିରେ ଭୁବନେଶ୍ବର ଆସିବା ପାଇଁ ଚଢ଼ିଥିଲେ ବୋଲି ସ୍ତ୍ରୀ କୁ ଫୋନକରି କହିଥିଲେ। ରାତି ୮ ଘଣ୍ଟିକା ସମୟରେ ବିପୁଳଙ୍କ ସ୍ତ୍ରୀ ପୁଣିଥରେ କଲ କରିଥିଲେ କିନ୍ତୁ ବିପୁଳ କଲ୍ ରିସିଭ୍ କରିବା ବଦଳରେ ଖୋର୍ଦ୍ଧା ଜଟଣି ଷ୍ଟେସନ କର୍ମଚାରୀ କଲ ରିସିଭ୍ କରି ତାଙ୍କ ଜିନିଷ ପତ୍ର ଅଛି କିନ୍ତୁ ବିପୁଳ ଅନୁପସ୍ଥିତ ଥିବା କହିଥିଲେ। ଖବର ପାଇ ପରିବାର ଲୋକେ ଉକ୍ତ ଷ୍ଟେସନ କୁ ଯାଇ ବୁଝା ବୁଝି କରିଥିଲେ। ସେହି ଦିନ ଠାରୁ ପରିବାର ଲୋକେ ବହୁ ସ୍ଥାନରେ ଖୋଜା ଖୋଜି କଲା ପରେ ନିରାଶ ହୋଇ କଟକ ଜିଆରପି ଷ୍ଟେସନ ରେ ଏକ ଲିଖିତ ଅଭିଯୋଗ କରିଥିଲେ।
ଏବେ ସେ ନିଖୋଜ ହୋଇ ୮ ମାସ ବିତିଲାଣି। ତଥାପି ବିପୁଳଙ୍କ ଖୋଜ ଖବର ନାହିଁ। ସ୍ୱାମୀ କୁ ଖୋଜି ଆଣିବାକୁ ଜିଲ୍ଲାପାଳ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ଥାନା ଅଧିକାରୀ ଏତେ ତେଣେ ସବୁ ଆଡେ ଗୁହାରି କରିଥିଲେ ମଧ୍ଯ କିଛି ସୁଫଳ ମିଳିନି। ପରିବାରକୁ ସେ ଜଣେଙ୍କ ରୋଜଗାର ରେ ପରିବାର ପେଟ ପୋସୁଥିଲେ। ପରିବାର କେମିତି ଚଳିତ ଭବିଷ୍ଯତ କଣ ହେବ ତାହାକୁ ନେଇ ଚିନ୍ତିତ ସ୍ତ୍ରୀ ରଶ୍ମୀରେଖା ନାୟକ। କୋଳରେ ୬ ମାସର ଶିଶୁ। ତାର ଭବିଷ୍ଯତ କଣ ହେବ। କେମିତି ପରିବାର ପ୍ରତିପୋଷଣ କରିବେ, କଣ ଉପାୟ କରିବେ , ଏହି ଭଳି ପରିସ୍ଥିତି ରେ କିଏ ସାହାୟ୍ଯ କରିବ ଏମିତି କିଛି ଭାବି ଭାବି ଆଖିରୁ ଲୁହ ସୁଖୁନି। ତେଣୁ ସେ ସରକାର କୁଂ ଗୁହାରି କରିଛନ୍ତି ତାକ୍ଂ ସ୍ୱାମୀ କୁ ଖୋଜି ଆଣିବାକୁ। ଏହା ଆର୍ଥିକ ଅନାଟନ ଗତି କରୁଥିବା ଏହି ପରିବାର ପାଇଁ ସରକାରୀ ଯୋଜନା ରେ ସାମିଲ କରିବାକୁ ଅନୁରୋଧ କରିଛନ୍ତି। ଯାହା ଏକ ଅସହାୟ ପରିବାର ପାଇଁ ଲାଭବାନ ହୋଇ ପାରିବ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।