MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମୁଖ୍ୟମନ୍ତ୍ରୀଙ୍କ କାରକେଡ ଆଗରେ ମହିଳାଙ୍କ ହାଇଡ୍ରାମା ଘଟଣା

ମୋ ଟିଭି ଓଡିଶା / ଭୁବନେଶ୍ୱର :

ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାରକେଡ ଆଗରେ ମହିଳାଙ୍କ ହାଇଡ୍ରାମା ଘଟଣାକୁ ନେଇ ବଡ଼ ସୂଚନା ଦେଇଛନ୍ତି ପୋଲିସ କମିଶନର। ପୋଲିସ କମିଶନର ସଂଜୀବ ପଣ୍ଡା କହିଛନ୍ତି, ରସୁଲଗଡ ରାସ୍ତାରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅଟକି ନାହିଁ। ମହିଳା ଜଣକ ଆଡ଼ଭାନ୍ସ ଟିମ ଆଗକୁ ଚାଲି ଆସିଥିଲେ। ମହିଳା ପୋଲିସ କର୍ମଚାରୀ ବୁଝାସୁଝା କରିବା ପରେ ସେ ରାସ୍ତାରୁ ହଟିଥିଲେ। ତେବେ କାହିଁକି ମହିଳା ଏଭଳି କଲେ ଏନେଇ ତଦନ୍ତ ଚାଲିଛି ବୋଲି କମିଶନର କହିଛନ୍ତି।

 ମଙ୍ଗଳବାର ସଂଧ୍ୟାରେ ଭୁବନେଶ୍ବର ରସୁଲଗଡ ଛକରେ ଅଚାନକ ଜଣେ ମହିଳା ଚାଲିଆସିବାରୁ କିଛି ସମୟ ପାଇଁ ଅଟକି ରହିଥିଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାରକେଡ୍ । ମହିଳାଙ୍କୁ ପୁଲିସ ବୁଝାସୁଝା କରି ହଟାଇବା ପରେ କାରକେଡ୍ ପୁଣି ଯାତ୍ରା କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି କଟକଣା ଜାରି କରାଯାଇଥିଲା । ଅନ୍ୟ ଗାଡିଗୁଡିକୁ କିଛି ସମୟ ଅଟକି ରହିବାକୁ ନିର୍ଦ୍ଦେଶ ରହିଥିଲା । କିନ୍ତୁ ଏହି ସମୟରେ ଉକ୍ତ ମହିଳାଜଣକ ରାଗିଯାଇ କାରକେଡ୍ ଆଗକୁ ଚାଲିଆସିଥିଲେ ଏବଂ କାହିଁକି ଅନ୍ୟମାନଙ୍କୁ ଏତେ ସମୟ ଅଟକାଯାଇଛି ବୋଲି ରାଗରେ କହିଥିଲେ । ଏଥିରେ କିଛି ସମୟ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଅଟକି ରହିଥିଲା । ପୁଲିସ ମହିଳାଙ୍କୁ ବୁଝାସୁଝା କରି ହଟାଇବା ପରେ କାରକେଡ୍ ଯାଇଥିଲା । ତେବେ ମହିଳାଙ୍କ ମେଡିକାଲ ସମ୍ବନ୍ଧୀୟ ଜରୁରି କାମ ଥିବାରୁ ଅନେକ ସମୟ ଅପେକ୍ଷା କରି ଶେଷରେ ଏମିତି କରିଥିବା ସେ କହିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।