January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ, ୧୫ ଘଣ୍ଟା ପରେ ବି ଉଠିଲାନି ଶବ, ଗାଁ ରେ ଚାପା ଉତ୍ତେଜନା।


କଳାହାଣ୍ଡି:୦୭/୧୨


କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଚ୍ଛୁଲା ପଞ୍ଚାୟତ କୁଣ୍ଡୀଗୁଡା ଗ୍ରାମରେ ରେ ଗତକାଲି ଘଟିଛି ଅଘଟଣ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଙ୍କ ମୃତ୍ୟୁ ହୋଇ ଥିବା ବେଳେ କ୍ଷତିପୂରଣ ଦାବି ରେ ଦୁର୍ଘଟଣା ର ୧୫ ଘଣ୍ଟା ପରେ ମଧ୍ୟ ଶବ ଉଠିନାହିଁ, ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବିଦ୍ୟୁତ ବିଭାଗ ଅଧିକାରୀ ଆସି କ୍ଷତିପୂରଣ ଦେବାପାଇଁ ପ୍ରତିଶ୍ରୁତି ଦେବାପରେ ଶବ ଉଠିବ ବୋଳି ପରିବାର ଲୋକେ ଅଡି ବସିଛନ୍ତି।

ସୂଚନା ମତେ କୁଣ୍ଡୀଗୁଡ଼ା ଗ୍ରାମର ପରମାନନ୍ଦ ରାଉତ (୨୦) ନାମକ ଯୁବକ ଗାଁ ର ଜଣେ ଚାଷୀ ଙ୍କ ଚାଷଜମି କୁ ଧାନ କରିବାକୁ ଯାଇଥିଲେ। ଧାନ କାଟିବା ସମୟ ରେ ବିଲ ଭିତରେ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ରେ ଥିବା ଆର୍ଥିଙ୍ଗ ତାର ରେ ସଂସ୍ପର ରେ ଆସି ଶ୍ରମିକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିଲା ୧୫ ଘଣ୍ଟା ପରେ ବି ଘଟଣା ସ୍ଥଳରେ ବିଦୁତ ବିଭାଗୀୟ ଅଧିକାରୀ ପହଞ୍ଚି ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।