ବିଲରେ କାମ କରୁଥିବା ବେଳେ କାମୁଡିଥିବା ଏକ ବିଷଧର ସାପକୁ ଧରି ଡକ୍ତରଖାନାକୁ ଆସିଛନ୍ତି ଜଣେ ଯୁବକ। ସୂଚନା ଅନୁସାରେ ପାଖର ପଂଚାୟତ ସାନ ବିରିପଡା ଗ୍ରାମର ଭରତ ବେହେରା ଆଜି ମଧ୍ୟାହ୍ନରେ ବିଲକୁ କାମ କରିବାକୁ ଯାଇଥିବା ବେଳେ ବିଲରେ କାମ କରୁଥିବା ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡିଥିଲା।

ସ୍ଥାନୀୟ ଯୁବକ ମାନେ ସାପଟିକୁ ମାରିଥିଲେ। ପରେ ଭାରତ ଉକ୍ତ ସାପଟିକୁ ଏକ ବ୍ୟାଗରେ ନେଇ ସୋର ଡାକ୍ତରଖାନା କୁ ଆସିଥିବା ବେଳେ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ବାଲେସ୍ୱର ସ୍ଥାନାନ୍ତରିତ କରିଛନ୍ତି।
ମୋ ଟିଭି ଓଡିଶା, ସୋର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।