February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଧାରକେନ୍ଦ୍ରରୁ ପ୍ରିଣ୍ଟର ଓ ଆଇ ସ୍କାନର ଚୋରି


ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ପରିସର ମଧ୍ୟରେ ଥିବା ଆଧାର କେନ୍ଦ୍ରରୁ ପ୍ରିଣ୍ଟର ଓ ଆଇ ସ୍କାନର ଚୋରି ହୋଇଥିବା ନେଇ ଆଧାର କେନ୍ଦ୍ରର ପରିଚାଳକ ସୁରେନ ସାହୁ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୁରେନ୍ ସାହୁ ଶନିବାର ଦିନ ସନ୍ଧ୍ୟା ୫ ବେଳେ ଆଧାର କେନ୍ଦ୍ର ବନ୍ଦ କରି ନିଜ ଘର ସିମନବାଡ଼ି ଗ୍ରାମକୁ ଯାଇଥିଲେ । ରବିବାର ଛୁଟି ଥିବା ଯୋଗୁଁ ସୋମବାର ଦିନ ୧୦ ଟା ବେଳେ ଆଧାର କେନ୍ଦ୍ରକୁ ଆସିଥିଲେ । ହେଲେ ଆସି ଦେଖିଲା ବେଳେ ଝରକା ତାଡ଼ି କେହି ଦୁର୍ବୃତ୍ତ ପ୍ରିଣ୍ଟର ସହ ଆଇ ସ୍କାନର ଚୋରି କରି ନେଇଥିବା ଦେଖିଥିଲେ । ଫଳରେ ଆଧାର କାର୍ଡ ପାଇଁ ବହୁ ଦୂର ଦୁରାନ୍ତରୁ ଆସିଥିବା ଲୋକେ ଅଯଥା ଖର୍ଚ୍ଚାନ୍ତ ହୋଇ ଘରକୁ ଫେରି ଯାଇଥିଲେ । ଯେଉଁଠାରେ ଆଧାର କେନ୍ଦ୍ର ରହିଛି ଉକ୍ତ ଘର ଛୋଟ ଥିବାବେଳେ କବାଟ ଝରକା ଠିକ୍ ନଥିବା ଯୋଗୁଁ ଏଭଳି ଚୋରି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏତଲା ପାଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।