February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

IAS ସ୍ତରରେ ହୋଇପାରେ ବଡ଼ ଧରଣର ଅଦଳବଦଳ ।

ମୋ ଟିଭି ଓଡିଶା / ଭୁବନେଶ୍ୱର :

ଚଳଚଞ୍ଚଳ ପାୱାର କରିଡର । ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ନୂଆ ଅତିରିକ୍ତ ଶାସନ ସଚିବ ଭାବେ ନିକୁଞ୍ଜ ଧଳ ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଆଉ ଏବେ ଆଗକୁ ରାଜ୍ୟ ପ୍ରଶାସନରେ ବଡ ଧରଣର ଅଦଳବଦଳ ହୋଇପାରେ ବୋଲି କୁହାଯାଉଛି । ସଚିବଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଏସପି ଯାଏଁ ସବୁ ସ୍ତରରେ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ୧୯୯୩ ବ୍ୟ।।ଚର ଆଇଏଏସ ଅଧିକାରୀ ନିକୁଞ୍ଜ ଧଳଙ୍କୁ ମିଳିଛି ବଡ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଆଉ ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିଛନ୍ତି । କୁହାଯାଉଛି, କିଛି ଦିନ ହେଲା ସେ ସରକାରଙ୍କ ଗୁଡବୁକରେ ଥିଲେ ।

ରବିବାର ଦାୟିତ୍ୱ ନେବା ପରେ ସବୁ ବିଭାଗର ଅଧିକାରୀଙ୍କୁ ଡାକି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ସମସ୍ତ ଯୋଜନାର କାର୍ଯ୍ୟକାରିତା, ବଜେଟ, ରଥଯାତ୍ରା ପରିଚାଳନା ସମ୍ପର୍କରେ ଆଲୋଚନା କରିଛନ୍ତି ।ମୁଖ୍ୟ ଶାସନ ସଚିବ ନିଯୁକ୍ତି ପରେ ଆଗକୁ ରାଜ୍ୟ ପ୍ରଶାସନରେ ବଡ ଧରଣର ଅଦଳବଦଳ ହୋଇପାରେ । ସଚିବଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଏସପି ଯାଏଁ ସବୁ ସ୍ତରରେ ଅଦଳବଦଳ ହୋଇପାରେ । ଉନ୍ନୟନ କମିଶନର ଅନୁ ଗର୍ଗ ଦିଲ୍ଲୀ ଯିବା ନେଇ ସଙ୍କେତ ମିଳିସାରିଛି । ତାଙ୍କ ସ୍ଥାନରେ ବର୍ତ୍ତମାନର ଏସଆରସି ସତ୍ୟବ୍ରତ ସାହୁଙ୍କୁ ଉନ୍ନୟନ କମିଶନର ଦାୟିତ୍ୱ ମିଳିପାରେ ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିକୁଞ୍ଜ ଧଳଙ୍କୁ ଦାୟିତ୍ୱ ମିଳିବା ପରେ କିଏ ହେବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ହେଉଛି । କୁହାଯାଉଛି, ଜଣେ ଯୁବ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ମିଳିପାରେ । ସେପଟେ ସିଏମଓରେ ମଧ୍ୟ ଖୁବଶୀଘ୍ର ବଡ ଅଦଳବଦଳ ହୋଇପାରେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।