MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଲଡୁଗାଁ ଶିଶୁ ମନ୍ଦିର ରାସ୍ତା ରେ କୁଢ଼ କୁଢ଼ ମଇଳା ଆବର୍ଜନା, ଅଭିଯୋଗ ପରେ ମଧ୍ୟ ହେଉନି ସମାଧାନ।


ମୋଟିଭି ଓଡିଶା / କଳାହାଣ୍ଡି:୧୩/୦୬ :


କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଲଡୁଗାଁ ପଞ୍ଚାୟତ ସଦର ମହକୁମା ଲଡୁଗାଁ ହେଉଛି ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ। ଏହା ଏକ ଛୋଟ ସହର ଜନସଂଖ୍ୟା ୮ ହଜାର ରୁ ଉର୍ଦ୍ଧ ରହିଥିବା ବେଳେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନ ଦୋକାନ ବଜାର ରହିଛି। ତେବେ ଲଡୁଗାଁ ରେ ପରିମଳ ବ୍ୟବସ୍ଥା ଭୁଶୁଡି ପଡିଛି। ଦୀର୍ଘବର୍ଷ ହେବ ଲଡୁଗାଁ ଶିଶୁ ମନ୍ଦିର ପଡା ଅବସ୍ଥା ଡ୍ରେନ ର ନିର୍ଗତ ଦୂଷିତ ପାଣି, ରାସ୍ତା କଡ଼ ରେ କୁଢ଼ କୁଢ଼ ମଇଳା ଆବର୍ଜନା ରେ ପୋତି ହୋଇ ଶୋଚନିୟ ହୋଇ ପଡିଛି।

ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ଠାରୁ ବ୍ଲକ ଜିଲ୍ଲା ପ୍ରଶାସନ ନିକଟରେ ଲଡୁଗାଁ ର ଜଣେ ସଚେତନ ନାଗରିକ ମୁରାରିଲାଲ ଅଗ୍ରୱାଲ ଅନେକ ସମୟରେ ଲିଖିତ ଅଭିଯୋଗ କରିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ସୁଧୁରି ପାରିନାହିଁ ପରିମଳ ବ୍ୟବସ୍ଥା। ଲଡୁଗାଁ ସହର ର ମୁଖ୍ୟ ଡ୍ରେନ ଶିଶୁ ମନ୍ଦିର ରାସ୍ତା ଦେଇ ଯାଇଥିବା ବେଳେ ଏହି ସ୍ଥାନରେ ଡ୍ରେନ ପୋତି ହେବାରୁ ଡ୍ରେନ ର ଦୂଷିତ ମଇଳା ପାଣି ରାସ୍ତା ଉପର ଦେଇ ବୋହୁଛି। ଫଳରେ ଏହି ରାସ୍ତା ଦେଇ ଯିବାଆସିବା ସମୟରେ ଦୁର୍ଗନ୍ଧରେ ଗ୍ରାମବାସୀ ଅଣ ନିଶ୍ଵାସୀ ହୋଇ ପଡୁଛନ୍ତି। ଶିଶୁମନ୍ଦିର ସମ୍ମୁଖରେ ଆବର୍ଜନା ଗଦା ହେଉଥିବାରୁ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ବେଳେ ଶିଶୁ ମନ୍ଦିର କୁ ପାଠ ପଢିବା ପାଇଁ ଆସୁଥିବା କୋମଲମତି ଛାତ୍ରଛାତ୍ରୀ ମାନେ ଅସ୍ୱାସ୍ଥକର ପରିବେଶ ଦେଇ ଯାତାୟାତ କରୁଛନ୍ତି।

ପ୍ରତିଦିନ ସହର ର ସେଠାରେ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ପଡ଼ୁଥିବାରୁ ଜାଗାଟି ସନ୍ତସନ୍ତିଆ ହୋଇ ରହୁଛି ଓ ଦୁର୍ଗନ୍ଧ ବାହାରୁଛି। ତା’ସହିତ ମଶାମାଛି ପ୍ରାଦୁର୍ଭାବ ବୃଦ୍ଧି ପାଉଛି ଓ।ଲୋକେ ବିଭିନ୍ନ ପ୍ରକାର ରୋଗ ରେ ରୋଗାକ୍ରାନ୍ତ ହେଉଥିବା ମଧ୍ୟ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।ପ୍ରତି ପଞ୍ଚାୟତକୁ ସ୍ୱଚ୍ଛ ଓ ସୁନ୍ଦର କରିବା ନିମନ୍ତେ ସରକାର ସ୍ଵଚ୍ଛ ଭାରତ ଯୋଜନାରେ ଲକ୍ଷାଧିକ ଟଙ୍କା ଅନୁଦାନ ଦେଇଥାନ୍ତି ହେଲେ ଲଡୁଗାଁର ପରିମଳ ବ୍ୟବସ୍ଥାକୁ ଦେଖିଲେ ସରକାରଙ୍କ ସ୍ଵଚ୍ଛ ଭାରତ ମିଶନ କେବଳ।ନାଁ କୁ।ମାତ୍ର ଏହା ଜଳଜଳ ହୋଇ ଦିଶୁଛି। ଡ୍ରେନେଜ ବ୍ୟବସ୍ଥା ପାଇଁ ଅନେକ ସମୟରେ ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ ହୋଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଗତ ମେ ମାସ ୨୨ ତାରିଖ ଦିନ କୋକସରା ବିଡିଓ ସ୍ନେହାପ୍ରଭା ମାଝୀ ,ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସରପଞ୍ଚ ନକୁଲ ନାଏକ ସମେତ ଅଧିକାରୀ ତଥା ଗ୍ରାମବାସୀ ଏ ସମସ୍ୟା ଉପରେ ପରିଦର୍ଶନ କରିଥିଲେ ଓ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଡ୍ରେନ ସମସ୍ୟାର ସମାଧାନ ହୋଇପାରିନି । ଏନେଇ ଲଡୁଗାଁ ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ କହିବା କଥା ଯେ ଏହି ପଡ଼ାରେ ଡ୍ରେନ କଂକ୍ରିଟ ହୋଇନି । ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ଥିବା ବେଳେ ଡ୍ରେନେଜ ବ୍ୟବସ୍ଥା ସୁଧାରିବା ପାଇଁ ବିଭାଗକୁ ଜଣାଯାଇଛି ।ଏହାସହ ଏଠି କିଛି ଲୋକଙ୍କ ରଇତାନି ଜାଗା ରହିଥିବାରୁ ଡ୍ରେନ ନିର୍ମାଣ କରିବାକୁ କେହି ଚାହୁଁ ନାହାନ୍ତି । ଯାହାଦ୍ବାରା ଏଭଳି ଅସୁବିଧା ଲୋକେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ତେବେ ଖବର ପ୍ରକାଶିତ ପରେ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।