January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୃଷ୍ଟି ହେଲା ଅବପାତ, ୨୪ ରେ ଭୀଷଣ ବାତ୍ୟା

ବଙ୍ଗୋପସାଗରରେ ସଦୃଶ ଲଘୁଚାପ ନେଲା ଅବପାତ ରୂପ । ଆଜି ସଂଧ୍ୟାରେ ଗଭୀର ଅବପାତ ଏବଂ ଆସନ୍ତାକାଲି ବାତ୍ୟା । ପାରାଦ୍ବୀପରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ, ୨୪ରେ ଭୀଷଣ ବାତ୍ୟା l

ମୋ ଟିଭି ଓଡିଶା / ଭୁବନେଶ୍ୱର :

ଅବପାତରେ ପରିଣତ ହେଲା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଗତକାଲିଠାରୁ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆଜି ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଆଜି ସଂଧ୍ୟା ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବା ସହ ଆସନ୍ତାକାଲି (୨୩ ତାରିଖ) ପୂର୍ବାହ୍ନ ସୁଦ୍ଧା ବାତ୍ୟାର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି ।

୨୩ ରେ ବାତ୍ୟାର ରୂପ ନେବା ପରେ ଏହା ଅଧିକ ଘନୀଭୂତ ହୋଇ ଭୀଷଣ ସାମୁଦ୍ରିକ ବାତ୍ୟା ବା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ପ୍ରଭାବରେ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍‌ ବେଳେ ସର୍ବାଧିକ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୨୦ କିମି ମଧ୍ୟରେ ରହିବ । ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ସବୁ ଜିଲ୍ଲାଗୁଡିକରେ ରେଡଆଲର୍ଟ ଜାରି କରାଯାଇଛି । ସମସ୍ତ ମତ୍ସ୍ୟଜୀବୀଙ୍କୁ ଆଜି ସୁଦ୍ଧା ଗଭୀର ସମୁଦ୍ର ମଧ୍ୟରୁ କୂଳକୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ସରକାର ଓ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

  • ଅବପାତର ରୂପ ନେଲା ଲଘୁଚାପ
  • ପାରାଦ୍ବୀପରୁ ୭୩୦ କି.ମି ଦୂରରେ କେନ୍ଦ୍ରୀଭୂତ
  • ଆଜି ସଂଧ୍ୟା ସୁଦ୍ଧା ଗଭୀର ଅବପାତ
  • ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ନେବ ବାତ୍ୟାର ରୂପ
  • ୨୪ ତାରିଖ ସକାଳେ ଅତିଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା
  • ୨୪ ମଧ୍ୟରାତ୍ରି ଓ ୨୫ ଭୋର ମଧ୍ୟରେ ଲ୍ୟାଣ୍ଡଫଲ୍‌
  • ପୁରୀ- ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ ଆକଳନ

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ଅବପାତଟି ବର୍ତ୍ତମାନ ପାରାଦୀପଠାରୁ ପ୍ରାୟ ୭୩୦ କି.ମି ଓ ଖେପୁପୁରାଠାରୁ ୭୪୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହାର ପ୍ରଭାବରେ ବିଶେଷ କରି ଉପକୂଳ ଓଡିଶା ,ଉତ୍ତର ଓଡିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ରହିବ । ଆସନ୍ତାକାଲିଠୁ ବଢିବ ବର୍ଷାର ପରିମାଣ । ୨୩ରେ ପ୍ରବଳ ବର୍ଷାକୁ ନେଇ ବାଲେଶ୍ବର, ଯାଜପୁର,ଭଦ୍ରକ,କେନ୍ଦ୍ରାପଡା ଜଗତସିଂହପୁର ଓ ପୁରୀକୁ ୟେଲୋ ବର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୪ ତାରିଖରେ ରାଜ୍ୟରେ ଭୀଷଣ ବର୍ଷା ନେଇ ୭ ଜିଲ୍ଲାକୁ ରହିଛି ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୪ ଓ ୨୫ ତାରିଖରେ ୨୦ ସେ.ମି ରୁ ୩୦ ସେ.ମି ଯାଏ ଵର୍ଷା ହେବାର ସମ୍ଭାବନା ରହିଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।