January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଜ୍ୟର ସବୁ ଜିଲ୍ଲାରେ ମେଡିକାଲ କଲେଜ ହେବ: ସ୍ୱାସ୍ଥ୍ୟ ମନ୍ତ୍ରୀ

ମୋ ଟିଭି ଓଡିଶା / ଭୁବନେଶ୍ବର:

ରାଜ୍ୟର ସବୁ ଜିଲ୍ଲାରେ  ମେଡିକାଲ କଲେଜ ହେବ। ଖୁବ୍‌ ଶୀଘ୍ର ଏଥିନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବା ସହିତ କାମ ଆରମ୍ଭ ହେବ । ରାଜ୍ୟରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କୁ ଗୁରୁବାର ୧୦୦ ଦିନ ପୂରଣ ହେଊଥିବା ବେଳେ  ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏପରି ଘୋଷଣା କରିଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଅଛି। ତାଳଚେର ଓ କନ୍ଧମାଳରେ ଆଉ ଦୁଇଟି ମେଡିକାଲ କଲେଜ ନିର୍ମାଣ ପାଇପ ଲାଇନରେ ରହିଛି। ତାହା ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଏହା ସହିତ ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ମେଡିକାଲ କଲେଜ ନିର୍ମାଣ ହେବ।

ସ୍ୱାସ୍ଥ୍ୟ ବିଭାଗ ଏ ସମ୍ପର୍କୀତ ସମସ୍ତ ବ୍ୟବସ୍ଥାର ତଦାରଖ କରୁଛି। ମେଡିକାଲ କଲେଜ ନିର୍ମାଣ ସହ ଅଧ୍ୟାପକ ନିଯୁକ୍ତି ଉପରେ ବି ଗୁରୁତ୍ୱାରୋପ କରାଯାଉଛି। ଆମ ରାଜ୍ୟବାସୀ ଯେପରି ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇପାରିବେ ସେଥିପ୍ରତି ସରକାର ଯତ୍ନବାନ ଓ ସଚେତନ ଅଛନ୍ତି।  ଏନେଇ କାମ  ମଧ୍ୟ ଆରମ୍ଭ ହୋଇଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଏଥିସହ ସେ କହିଛନ୍ତି, ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ସବୁ ଜିଲ୍ଲାରେ ମେଡିକାଲ କଲେଜ ହେବ ବୋଲି କହିଥିଲେ। ଏହା ପରଠୁ ଓଡ଼ିଶାରେ ୧୧ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି। କେନ୍ଦ୍ର ଓ ରାଜ୍ୟର ସହଭାଗିତାରେ ଏହି କାମ ଜାରି ରହିଛି। ଆଗକୁ ଏହାକୁ ତ୍ୱରାନ୍ୱିତ କରାଯାଇ ସବୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।