ମୋ ଟିଭି ଓଡିଶା / ଭୁବନେଶ୍ୱର :
କମିଶନରେଟ ପୁଲିସକୁ ଅପରାଧୀ ଖୋଲା ଆହ୍ବାନ ଦେଇଛନ୍ତି। ସମ୍ପତ୍ତି ଲୁଟିବାକୁ ଘରେ ପଶିବା ସହ ଛୁରି ଦେଖାଇ ମହିଳାଙ୍କୁ ଜଣେ ପରେ ଜଣେ ବଳାତ୍କାର କରିଛନ୍ତି। ଶିଶୁ କନ୍ୟା ସମ୍ମୁଖରେ ବଳାତ୍କାର କରି ଫେରାର ହୋଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ମୈତ୍ରୀବିହାର ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଘଟିଛି। ପାର୍ବଣ ଋତୁ ଆରମ୍ଭରୁ ଅପରାଧୀଙ୍କ ଏଭଳି ଉତ୍ପାତ ସହରବାସୀଙ୍କୁ ଅସୁରକ୍ଷିତ କରିଛି। ଲୋକେ ଏକାକୀ ଘରେ ରହିବାକୁ ସୁରକ୍ଷିତ ମଣୁନାହାନ୍ତି।
ରାଜଧାନୀ ଭୁବନେଶ୍ବରରେ ଏକ ଅଭବନୀୟ ଘଟଣା ଘଟିଛି। ଚୋରମାନେ ସମ୍ପତ୍ତି ଲୁଟିବାକୁ ଆସି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଚର୍ଚ୍ଚା ହେଉଛି। ଦୁଇ ଜଣ ଚୋର ଭୁବନେଶ୍ବରରେ ସବୁଠି ସୁରକ୍ଷିତ କୁହାଯାଉଥିବା ଆପାର୍ଟମେଣ୍ଟରେ ଚୋରି କରିବାକୁ ଆସି ମହିଳାଙ୍କ ସହ ଦୁଷ୍କର୍ମ କରିଛନ୍ତି। ଏହି ଘଟଣା ସଂପର୍କରେ ଜାଣିଲେ କୌଣସି ବ୍ୟକ୍ତିଙ୍କର ଛାତି ଥରି ଉଠିବ। ଭୁବନେଶ୍ବରର ଏକ ବ୍ୟସ୍ତବହୁଳ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟରେ ଚୋରି କରିବାକୁ ପଶିଥିଲେ ଦୁଇ ଚୋର। ସୁଯୋଗ ଦେଖି ସେମାନେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ।
ଚର୍ଚ୍ଚା ହେଉଛି ଯେ, ରବିବାର ରାତି ପ୍ରାୟ ୨ଟାରେ ଭୁବନେଶ୍ବର ଯେତେବେଳେ ଶୁନଶାନ୍ ଥିଲା ସେହି ସମୟରେ ଚୋରମାନେ ଆପାର୍ଟମେଣ୍ଟର ପ୍ରଥମ ମହଲାରେ ଥିବା ଗୋଟିଏ ଘରକୁ ଟାର୍ଗେଟ କରିଥିଲେ। ବାଲକୋନି କବାଟ ଖୋଲାଥିବାରୁ ସେମାନେ ଅତି ସହଜରେ ଘର ଭିତରକୁ ପଶିଥିଲେ। ଘରେ ଥିବା ଆଲମାରୀରେ ଖୋଜାଖୋଜି କରିଥିଲେ ଆଉ ଏତିକିବେଳେ ଘରେ ଥିଲେ ଜଣେ ବିବାହିତ ମହିଳା ଓ ତାଙ୍କର ୨ ବର୍ଷର କୁନି ଝିଆ ମହିଳା ଜଣଙ୍କ ଉଠିଥିବାରୁ ଚୋରଙ୍କ ସହ ହେଲା ମୁହାଁମୁହିଁ। ହାତରେ ଛୁରୀ ଧରିଥିବା ଚୋର ମହିଳାଙ୍କୁ ଧମକାଇବା ଆରମ୍ଭ କରିଥିଲେ। ଘରେ ରଖିଥିବା ସବୁ ସୁନା ଦେଇଦେବାକୁ ବାଧ୍ୟ କଲେ। ଚିତ୍କାର କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଘର ଯାକ ଖୋଜିଲେ, କିନ୍ତୁ କୌଣସି ଦାମୀ ଜିନିଷ ପାଇଲେ ନାହିଁ। ମହିଳା ଜଣକ ସୁନାର କାନ ଫୁଲ ପିନ୍ଧିଥିବାରୁ କାନ ଫୁଲ ଦେବାକୁ କହିଥିଲେ। କିନ୍ତୁ ଏତିକିରେ ସେମାନଙ୍କ ମନ ବୁଝିନଥୁଲା l
ଅନ୍ୟ ଉପାୟ ନପାଇ ମହିଳା ଜଣଙ୍କ ଝିଅ ହାତରେ ମୋବାଇଲ ଧରେଇଦେଇଥିଲେ l ତାପରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଚୋର l ହାତରେ ଛୁରୀ ଧରିଥିବାରୁ ପ୍ରତିବାଦ କଲେ କାଳେ ଝିଅକୁ ମାରିଦେବେ, ଏହି ଭୟରେ ଚୁପ ରହିଥିଲେ l ଏଭଳି ସମ୍ବେଦନଶୀଳ ଘଟଣା କମିଶନରେଟ୍ ପୁଲିସ ଆଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। ଏନେଇ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ କହନ୍ତି, ମହିଳାଙ୍କ ଅଭିଯୋଗକୁ ନେଇ ଘଟଣାର ତଦନ୍ତ ଜାରି ରହିଛି। ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ। ସେମାନେ ରାଜ୍ୟ ବାହାରର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ ଚୋରି ସହ ଦୁଷ୍କର୍ମ ମାମଲା ରୁଜୁ କରିଛି l
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।
ରାସନ କାର୍ଡକୁ ନେଇ ଆସିଲା ବଡ ଖବର ।