February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଏଟିଏମ ତାଡି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଲୁଟେରା, ନିଷ୍କ୍ରିୟ ସୋର ପୋଲିସ।

ସୋର : ୨୧/୧୧/୨୪



ସୋରରେ ଦିନକୁ ଦିନ ଚୋର ମାନଙ୍କର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଚୋର ମାନେ ପୁଲିସର ନିସ୍କ୍ରିୟାତାକୁ ପରିଖିବା ପରେ ଆଉ ପୁଲିସକୁ ଡରୁନଥିବା ଚର୍ଚ୍ଚା ହେଉଛି। ଗତ ଚାରିଦିନ ମଧ୍ୟରେ ସୋରର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ବେଳେ ପୁଲିସର ହାତ ଅଦ୍ୟାବଧି ଖାଲି ପଡ଼ିଛି। ଏଣୁ ଲୋକେ ସୁରକ୍ଷିତ ମଣୁ ନାହାନ୍ତି।


ଗତ ୧୭ ତାରିଖରେ ଟ୍ରେଜେରୀ କଲୋନିରୁ ସିରିଜି ଚୋରି ହୋଇଥିବା ବେଳେ ଗତ ୧୯ ତାରିଖ ରାତିରେ ଉତ୍ତରେଶ୍ୱର ବସଷ୍ଟାଣ୍ଡ ନିକଟସ୍ଥ ଏକ ଗ୍ରୋସେରୀ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସମେତ ନଗଦ ଟଙ୍କା ଚୋରି ହୋଇଥିଲା। ଗତକାଲି ରାତିରେ ଲିଙ୍ଗପଡା ସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଠାକୁରଙ୍କ ଅଳଙ୍କାର ଓ ପୂଜା ସାମଗ୍ରୀ ଚୋରି ହୋଇଥିବା ବେଳେ ସବିରା ବଜାର ସ୍ଥିତ ଏସବିଆଇ ଏଟିଏମରୁ ଚୋରି ହୋଇଥିବା ଜଣାପଡିଛି। ପୂର୍ବରୁ ଏହି ଏଟିଏମ ତିନିଥର ଚୋରି ହୋଇଥିବା ବେଳେ ଗତକାଲି ଦୁର୍ବୁର୍ତ୍ତ ମାନେ ଏଟିଏମ ଭାଙ୍ଗି ଟଙ୍କା ନେଇଥିବା ଜଣାପଡିଛି।

ଆଜି ସକାଳେ ସ୍ଥାନୀୟ ଲୋକେ ଏ ବାବଦରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କେତେ ଟଙ୍କା ଚୋରି ହୋଇଛି ତାହା ଜଣାପଡିନାହିଁ। ତେବେ ସୋର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଜାଗାରେ ପୁଲିସର ନିଷ୍କ୍ରିୟତା ଓ ଚୋର ମାନଙ୍କର ସକ୍ରିୟତା ଲୋକଙ୍କ ମନରେ ଚିନ୍ତାର କାରଣ ପାଲଟିଛି। ଅନ୍ୟ ପଟେ ଦୁର୍ବୁର୍ତ୍ତ ମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଥିବାରୁ ସୋର ଅଂଚଳରେ ଚୋରି ପୁଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।