କଳାହାଣ୍ଡି:୨୯/୧୧
ରିପୋର୍ଟ—-ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲାରେ ଶୁକ୍ରବାର ଠାରୁ ଆରମ୍ଭ ହେଲା ଖରିଫ ଧାନ କିଣା ପ୍ରକ୍ରିୟା l ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ଘୋଟିଆ ଧାନ ମଣ୍ଡିରେ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଦ୍ୱାରା ପୂଜାର୍ଚନା ପରେ ଆରମ୍ଭ ହେଲା ଧାନ କିଣା ପ୍ରକ୍ରିୟା l
ଆଜି କେବଳ ଗୋଟିଏ ଚାଷୀଙ୍କ ଠାରୁ ୫୦ କ୍ଵଇଣ୍ଟାଲ ଧାନ କିଣା ଗଲା l ଚଳିତ ବର୍ଷ ସରକାର ଧାନ ର ଏମ ଏସ ପି ୨୩୦୦ ଟଙ୍କା ଏବଂ ଇନପୁଟ ସବସିଡି ୮୦୦ ଟଙ୍କା ଦେବା ପାଇଁ ଘୋଷଣା କରିଥିବା ବେଳେ ଧାନ ବିକିଥିବା ଚାଷୀ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ବିନା କଟନୀଛଟଣି ରେ ୩୧୦୦ ଟଙ୍କା ପାଇବା ଆଶା ରଖିଛନ୍ତି। ତେବେ ଡିଜିଟାଲ ଆଦ୍ରତା ମାପ ଯନ୍ତ୍ର କୁ ନେଇ ଚାଷୀଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି l ଜିଲ୍ଲାର ୧ ଲକ୍ଷ ୧୪ ହାଜର ୭୮୫ ଜଣ ଚାଷୀ ଧାନ ବିକିବା ପାଇଁ ପଞ୍ଜିକରଣ କରିଛନ୍ତି ।ସେଥିପାଇଁ ଜିଲ୍ଲାରେ ଖୋଲିବ ୨୨୩ ଟି ଧାନ ମଣ୍ଡି l
ତେବେ ମିଲରେ ଧାନର କଷ୍ଟୋଡ଼ି ଏସ୍ପେଣ୍ଡିଚର୍ ବା ଧାନ ରଖୁଥିବା ଖର୍ଚ୍ଚ କ୍ଵଇଣ୍ଟାଲ ପିଛା ପିଛା ୭ ଟଙ୍କା ଏବଂ ଅନ୍ୟପକ୍ଷରେ ୨୦୧୩/୧୪’ମସିହାର ଖର୍ଚ ଫେରସ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିବାରୁ ମିଲର୍ସ କଷ୍ଟମ ମିଲିଙ୍ଗ ପାଇଁ ରାଜି ହେଉ ନାହାନ୍ତି। ନିଜ ଜିଦ୍ରେ ଅଟଳ ରହିଛନ୍ତି ତାକୁ ନେଇ ଆଗକୁ ମଣ୍ଡି କିପରି ସୁରୁଖୁରୁରେ ଚଳିବ ସେନେଇ ଚିନ୍ତାରେ ଚାଷୀ ରହିଥିବା ବେଳେ ଆଜି ମଣ୍ଡି ଆରମ୍ଭ ହେବା ପରେ ପ୍ରଶାସନ ଚାଷୀ ଙ୍କୁ ଏଫଏକ୍ୟୁ ମାନ ର ଧାନ ଆଣିବାକୁ ପରାମର୍ଶ ଦେଇଛନ୍ତି। ଆଜି ମଣ୍ଡି ଆରମ୍ଭ ହୋଇଥିବା ବେଳେ ଯୋଗାଣ ବିଭାଗ, ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଅଞ୍ଚଳର ଜନ ପ୍ରତିନିଧି ସମେତ ଚାଷୀମାନେ ଉପସ୍ଥିତ ଥିଲେ।
More Stories
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲେ ମୁଖ୍ୟ ଶାସନ ସଚିବ।
ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା ।