ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଟାଟା ପାୱାର ଏକଜୁନ ଅଫିସ ଆଗରେ ଧାରଣା ରେ ବସିଛି ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ l

ସଂସ୍ଥା ଅଧୀନରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ତିନି ଠିକା କର୍ମଚାରୀ ଙ୍କୁ କିଛି ମାସ ତଳେ ଛଟେଇ କରିଛି ଟାଟା ପାୱାର l ନିଜ କାର୍ଯ୍ୟ ଠିକ ଭାବେ କାର୍ଯ୍ୟ ତୁଲାଉନଥିବା ଦର୍ଶାଇ ସଂସ୍ଥା ଅଚାନକ ତିନିଜଣ ଙ୍କୁ କାର୍ଯ୍ୟ ରୁ ଛଟେଇ କରିଥିବା ବେଳେ ଏହାକୁ ବିରୋଧ କରିଛି ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ l

ଛଟେଇ ହୋଇଥିବା ତିନିଜଣ ଙ୍କୁ କୌଣସି ନୋଟିସ ନଦେଇ ସଂସ୍ଥା ଛଟେଇ କରିଥିବା ରୁ ସେମାଙ୍କୁ ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳନ କୁ ଓଲ୍ହାଇଛି ସଂଘ l ଗତ ବୁଧବାର ଠାରୁ ପୁରୁଷୋତ୍ତମପୁର ବିଦ୍ୟୁତ ବିଭାଗ ଏକଜୁନ ଙ୍କ କାର୍ଯ୍ୟାଳୟ ଆଗରେ ସଙ୍ଘ ର ବହୁ ସଦସ୍ୟ ଧାରଣା ବସିବା ସହ ସମସ୍ୟା ର ସମାଧାନ ନହେବା ଯାଏଁ ଆନ୍ଦୋଳନ ଜାରିରହିବା ନେଇ କହିଛନ୍ତି ସଙ୍ଘ ସଦସ୍ୟ l
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।