ମୋ ଟିଭି ଓଡିଶା / ଖୋର୍ଦ୍ଧା :
ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକର ବିଭିନ୍ନ ଅଂଚଳରେ ବଢିବାରେ ଲାଗିଛି ନିଶା କାରଶାର। ନିଶା ବେପାରୀ ମାନେ ବେଧଡକ ଭାବରେ ନିଶା କାରବାର କରୁଥିବା ବାରମ୍ବାର ଅଭିଯୋଗ ହେଉଥିବା ବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଟାଗିଂ ଅବକାରୀ ବିଭାଗ। ଟାଗିଂ ଅବକାରୀ ବିଭାଗର ଅପରଗତା ଯୋଗୁଁ ପ୍ରତ୍ୟେକ ଗ୍ରାମପଞ୍ଚାୟତ ରେ କୋଚିଆ ବେପାରୀ ମାନେ ବେଧଡକ ଭାବରେ ଖୋଲମଖୋଲା ଭାବରେ ନିଶା କାରବାର କରୁଛନ୍ତି। ସୋମବାର ବିଳମ୍ବିତ ରାତିରେ ରାମେଶ୍ୱର ଚନ୍ଦନପୁର ଯାଇଥିବା ନୂଆ ଜଗନ୍ନାଥ ସଡକ ଦେଇ ଗଂଜେଇ ଚୋରାଚାଲାଣ ହେଉଥିବା ନେଇ ସ୍ଥାନୀୟ ଅଂଚଳର ଲୋକେ ଖବର ପାଇଥିଲେ। କେତେକ ବ୍ୟକ୍ତି ଲେଣ୍ଡୋ ଛକ ନିକଟରେ ଉକ୍ତ ଗାଡି ଟିକୁ ଜଗିରହିଥିଲେ।ଲେଣ୍ଡୋ ଛକ ନିକଟରେ ସ୍ଥାନୀୟ ଲୋକେ ଅଟୋକୁ ଅଟକାଇ ଗଂଜେଇ ଥିବା ଜାଣିବା ପରେ ଅବକାରୀ ବିଭାଗ ନିକଟକୁ ସୂଚନା ଦେବାରୁ ଅବକାରୀ ବିଭାଗର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ୨୨କେଜି ଗଂଜେଇ ଗୋଟିଏ ଅଟୋ ସମେତ ୩ ବେପାରୀ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଗଂଜାମ ଜିଲ୍ଲାର ଟୂକୁନା ପାଣିଗ୍ରାହୀ, ରବିନ୍ଦ୍ର ସ୍ୱାଇଁ ଓ ଭଗବାନ ମହାପାତ୍ର। ଅଭିଯୁକ୍ତ ତାନେ ଗଂଜାମ ଜିଲ୍ଲାରୁ ପୁରୀକୁ ଚାଲାଣ କରୁଥିଲେ। ଅବକାରୀ ବିଭାଗ ପୋଲିସ ଗଂଜେଇ ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।