ମଦ କାଉଣ୍ଟର ଟେଣ୍ଡର ବିବାଦ କୁ ନେଇ ଖଣ୍ଡା ଓ ଭୁଜାଲି ରେ ଆକ୍ରମଣରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ସୋର ଥାନା ପଥରପେଣ୍ଠ ଗ୍ରାମର କାଳନ୍ଦୀ ସାହୁ (୭୦),ମାନସ ମହାପାତ୍ର(୩୨) ଓ ପଟଣା ଗ୍ରାମର ଦେବାନନ୍ଦ ମଳିକ (୫୦) ବାରିକପୁର ହାଟରୁ ଘରକୁ ଫେରୁଥିବା ବେଳେ ୫ ଟି ବାଇକରେ ୧୨ ରୁ ଉର୍ଦ୍ବ ଯୁବକ ଆସି ବାହାନଗା ବଜାର ନିକଟରେ ଗାଡିକୁ ଅଟକାଇ ତ ଖଣ୍ଡା ଓ ଭୁଜାଲି ରେ ଆକ୍ରମଣ କରିଥିଲେ। ଏହି କାରରେ ଥିବା ସମସ୍ତେ ଗୁରୁତର ଆହତ ହୋଇଥିଲେ। ପରେ କାର ଟିକୁ ମଧ୍ୟ ଖଣ୍ଡା ରେ ହାଣିବା ସହ ଭଙ୍ଗା ରୁଜା କରୁଥିବା ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି।

ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ସୋର, ବାହାନଗା ଓ ଆଖ ପାଖ ଅଞ୍ଚଳ ରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ସାଧାରଣ ନାଗରିକ ଭୟଭିତ ହୋଇପଡ଼ିଛନ୍ତି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଦୁର୍ବୁତ୍ତ ମାନଙ୍କ ଏଭଳି ଆତଙ୍କରାଜ ସମଗ୍ର ଅଞ୍ଚଳ ରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ମୋ ଟିଭି ଓଡିଶା, ସୋର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।