MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୋଟଗଡ ବନାଞ୍ଚଳରେ ବାଘ ଆତଙ୍କ: ଲୋକେ ଭୟଭୀତ


ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ବନାଞ୍ଚଳର ସାର୍ତ୍ତୁଲ ପଞ୍ଚାୟତ ରେ ଗତ ୫ ଦିନ ହେଲା ବାଘ ଆତଙ୍କ ଯୋଗୁଁ ଲୋକେ ଭୟରେ ଘରୁ ପଦାକୁ ବାହାରୁନଥିବା ଖବର ମିଳିଛି l

ସୂଚନା ଯୋଗ୍ୟ ଯେ, ଗତ ଶନିବାର ଦିନ ଉକ୍ତ ଗ୍ରାମର କିଛି ଗ୍ରାମବାସୀ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ ହେଲେ ହଠାତ ବାଘ ରଡି ଶୁଣିବାକୁ ପାଇଥିଲେ l ତା’ର କିଛି ସମୟ ପରେ ପାହାଡ଼ ଆରପଟେ ୪ /୫ ଗୋଟି ଛେଳି ମରି ପଡିଥିବା ସହ ଆଉ କେତୋଟି ଛେଳି ଖଣ୍ଡିଆ ଖାବରା ହୋଇଥିବା ଦେଖିବାକୁ ପାଇଥିଲେ l ଏହା ଦେଖି ଗ୍ରାମବାସୀ ବାଘ ଖାଇଥିବା ସନ୍ଦେହ କରୁଛନ୍ତି l ବାଘ ଏ ଭିତରେ ଦଶ ଗୋଟି ଛେଳି ଖାଇଲାଣି l

ବାଘର ପାଦ ଚିହ୍ନ ମଧ୍ୟ ଗ୍ରାମବାସୀ ମାନେ ଦେଖିଥିବା ପ୍ରକାଶ କରିଛନ୍ତି l ଫଳରେ ବର୍ତ୍ତମାନ ଲୋକେ ସନ୍ଧ୍ୟା ନ ହେଉଣୁ ତାଟି, କବାଟ ବନ୍ଦ କରି ଭୟଭିତ ଅବସ୍ଥାରେ ରହୁଛନ୍ତି l ଉକ୍ତ ଗ୍ରାମର ଉପେନ୍ଦ୍ର ପାଟମାଝି ଙ୍କର ୬ ଗୋଟି ଛେଳି, ମହନ୍ତ ବଡ଼ମାଝି ଙ୍କ ଗୋଟିଏ ଛେଳି , ଆର୍କିଷନ ପାଟମାଝି ଙ୍କ ର ଗୋଟିଏ ଛେଳି,ଓ ଜିନାନ୍ତ ପାଟମାଝିଙ୍କ ର ଦୁଇଟି ଛେଳି ଏପରି ୧୦ ଗୋଟି ଛେଳି ମlରି ଖାଇଥିବା ଅଭିଯୋଗ ହୋଇଛି l

ଏ ନେଇ ଗ୍ରାମବାସୀ ମାନେ କୋଟଗଡ ବନ ବିଭାଗ ରେଞ୍ଜର ବାଳ ଗୋପାଳ ବେହେରା ଙ୍କୁ ଜଣାଇଥିବା ସହ କ୍ଷତି ପୂରଣ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି l ତେବେ ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀଙ୍କ ସମେତ ସଦଳ ବଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ଏହାର ତଦନ୍ତ ପରେ ବାଘ ନା ଆଉ କୌଣସି ଜଙ୍ଗଲୀ ଜନ୍ତୁ ଛେଳି ମାନଙ୍କୁ ମାରିଛି, ତାହା ସ୍ପଷ୍ଟ ହେବ ବୋଲି ରେଞ୍ଜର ଶ୍ରୀ ବେହେରା ପ୍ରକାଶ କରିଛନ୍ତି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।