MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଜି ଧନୁଯାତ୍ରା ଦେଖିବା ସହ ରାଜ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସନ୍ଧ୍ୟାରେ ବରଗଡ଼ ଯିବେ ।

ସେଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ତେବେ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶନିବାର ନବମ ଦିବସରେ ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ,ବଳରାମଙ୍କୁ ମେଲାଣି ଦେବାବେଳେ ଗୋପବାସୀ ଭାବବିହ୍ୱଳ ହୋଇ ପଡ଼ିଥିଲେ। ଅପରପକ୍ଷେ ଶ୍ରୀକୃଷ୍ଣ, ବଳରାମଙ୍କୁ ଧରି ଅକ୍ରୂର ନନ୍ଦ ଭବନରୁ ବାହାରିଥିଲେ । ବେନି ଭାଇ ଗୋପ ପରିକ୍ରମା କରି ଗୋପ ମଣ୍ଡପରେ ପହଞ୍ଚିଥିଲେ। ଗୋପବାସୀ ବେନିଭାଇଙ୍କ ସମେତ ଅକ୍ରୁରଙ୍କୁ ପୂଜାର୍ଚ୍ଚନା କରିଥିଲେ।

ଅକ୍ରୂର ବେନିଭାଇଙ୍କୁ ଧରି ମଥୁରା ଅଭିମୁଖେ ବାହାରୁ ଥିବାବେଳେ ନନ୍ଦରାଣୀ, ନନ୍ଦରାଜା ବାଟ ଓଗାଳିଥିଲେ। ଶ୍ରୀକୃଷ୍ଣଙ୍କୁ ମେଲାଣି ଦେବା ସମୟରେ ନନ୍ଦରାଣୀ, ନନ୍ଦରାଜାଙ୍କ ସମେତ ସମସ୍ତ ଗୋପବାସୀ ଭାବବିହ୍ବଳ ହୋଇ ପଡ଼ିଥିଲେ। ଶ୍ରୀକୃଷ୍ଣଙ୍କ ବିରହରେ ରାଧା ପଥରୋଧ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ବିଫଳ ହୋଇଥିଲେ। ସେହିପରି ଗୋପୀ, ଗୋପାଙ୍ଗନା, ଗୋପାଳ ବାଳକମାନେ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେକ୍ଷ ଶ୍ରୀକୃଷ୍ଣ, ବଳରାମ ମଥୁରା ପ୍ରବେଶ କରି ଖଜୁରଟିକ୍ରା ଆଦିମାତା ମଠରେ ବିଶ୍ରାମ ନେଇଥିଲେ । ଏହି ଦୃଶ୍ୟାଭିନୟ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା।

ମୋ ଟିଭି ଓଡିଶା, ବରଗଡ଼

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।