MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଜି ନୌସେନା ଦିବସ: ସାମିଲ ହେବେ ରାଷ୍ଟ୍ରପତି

ଆଜି ବିଶ୍ବ ଦେଖିବ ଭାରତୀୟ ନୌସେନାର ପରାକାଷ୍ଠା । ପୁରୀ ବ୍ଲୁ-ଫ୍ଲାଗ ବିଚରେ ପାଳନ ହେବ ନୌସେନା ଦିବସ-୨୦୨୪। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଏକାଧିକ କେନ୍ଦ୍ର ଏବଂ ରାଜ୍ୟ ମନ୍ତ୍ରୀଙ୍କ ସହ ବହୁ ମାନ୍ୟଗଣ ବ୍ୟକ୍ତିବିଶେଷ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଜଗନ୍ନାଥ ଧାମରେ ନୌବୀରଙ୍କ ପରାକ୍ରମ ଦେଖିବାକୁ ଅପେକ୍ଷାରେ କୋଟି କୋଟି ଭାରତୀୟ । ନୌସେନା ପକ୍ଷରୁ ସୋମବାର ବ୍ଲୁ-ଫ୍ଲାଗ ବିଚରେ ଫୁଲ୍ ଡ୍ରେସ୍ ରିହରସଲ୍‌ ଅନୁଷ୍ଠିତ ହୋଇଥିଲା । ତେବେ ଆଜି (ବୁଧବାର) ପ୍ରଦର୍ଶିତ ହେବ ଅସଲ ପରାକ୍ରମ । ଏନେଇ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତିନି ସେନା ବାହିନୀର ସର୍ବୋଚ୍ଚ କମାଣ୍ଡର ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଉଥିବାରୁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ରାଷ୍ଟ୍ରପତି ଆଜି ଅପରାହ୍ନ ୩ଟା ୫୫ରେ ବ୍ଲୁ-ଫ୍ଲାଗ ବିଚରେ ପହଞ୍ଚିବା ପରେ ୪ଟା ୭ରେ ପ୍ରଥମେ ଜାତୀୟ ସଂଗୀତ ଗାନ କରାଯିବ । ଅପରାହ୍ନ ୪ଟାରୁ ଆରମ୍ଭ ହେବ ନୌସେନାର ଭବ୍ୟ ସମାରୋହ । ନୌସେନାର ପରାକ୍ରମୀ ଯବାନମାନେ ବିଭିନ୍ନ ଦୁଃସାହସିକ ଯୁଦ୍ଧକୌଶଳ ପ୍ରଦର୍ଶନ କରିବେ । ସନ୍ଧ୍ୟା ୫ଟା ୨୦ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ନୌସେନାର ମେରାଇନ୍ କମାଣ୍ଡୋ ତଥା ‘ମାର୍କୋସ’ ବିଭିନ୍ନ ଯୁଦ୍ଧ ରଣକୌଶଳ ପ୍ରଦର୍ଶନ କରିବେ । ରାଷ୍ଟ୍ରପତି ପ୍ରସ୍ଥାନ କରିବା ପରେ ଲେଜର ସୋ’ ସହିତ ଆକର୍ଷଣୀୟ ଡ୍ରୋନ୍ ସୋ’ ପ୍ରଦର୍ଶିତ ହେବ । ସନ୍ଧ୍ୟା ୬ଟା ୧୫ ପର୍ଯ୍ୟନ୍ତ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉଭୟ ସମୁଦ୍ର ଓ ଆକାଶରେ ୨୦ରୁ ଊର୍ଦ୍ଧ୍ବ ଯୁଦ୍ଧ ମୁକାବିଲା କଳା-କୌଶଳ ପ୍ରଦର୍ଶନ କରିବେ । ନାଭାଲ ମ୍ୟୁଜିକ୍ ବ୍ୟାଣ୍ଡ୍ ଏବଂ ମଞ୍ଚ ଉପରେ ନୌସେନାଙ୍କ ଚିତ୍ତାକର୍ଷକ ଡ୍ରିଲ୍ ଦର୍ଶକଙ୍କୁ ନିଆରା ଅନୁଭୂତି ପ୍ରଦାନ କରିବ । ବୁଡ଼ାଜାହାଜ, ଯୁଦ୍ଧ ଜାହାଜ, ଟ୍ୟାଙ୍କ୍, ପାରା ଜମ୍ପର୍ସଙ୍କ ପ୍ରଦର୍ଶନ ମଧ୍ୟ ଦେଖିବାର ସୁଯୋଗ ମିଳିବ ।

ଏନେଇ ‘ଆଇଏନ୍‌ଏସ-ଚିଲିକା’ର ମୁଖ୍ୟ କମାଣ୍ଡିଂ ଅଧିକାରୀ ଦୀପକ ଅନିଲ କହିଛନ୍ତି,”୧୯୭୧ ମସିହା ଯୁଦ୍ଧରେ ଭାରତୀୟ ନୌସେନା ପାକିସ୍ତାନର ବନ୍ଦର ସହର କରାଚି ଉପରେ ପ୍ରଚଣ୍ଡ ଆକ୍ରମଣ କରି ଧ୍ବଂସବିଧ୍ୱଂସ୍ତ କରିଦେଇଥିଲା । ଏହି ସ୍ମୃତିରେ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ କରାଯାଉଛି । ଏହା ଆମ ନୌସେନାର ଦକ୍ଷତାର ପରିଚୟ ।” ସେହିପରି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି,” ଓଡ଼ିଶାରେ ଏବଂ ପୁରୀ ସମୁଦ୍ର କୂଳରେ ନୌସେନାର ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଆମ ପାଇଁ ଗର୍ବର ବିଷୟ । ଲକ୍ଷାଧିକ ପର୍ଯ୍ୟଟକ ତଥା ଦର୍ଶକ ଏହି କାର୍ଯ୍ୟକ୍ରମକୁ ଦେଖିବେ । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । ନୌସେନାର ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ 15 ଟି ଯୁଦ୍ଧ ଜାହାଜ ଓ 40ଟି ଏୟାରକ୍ରାଫ୍ଟ କାର୍ଯ୍ୟକ୍ରମରେ ସାମିଲ ହେବେ ।

ମୋ ଟିଭି ଓଡିଶା, ପୁରୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।