MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଜି ଜମିବ ଜିରୋ ନାଇଟ ସେଲିବ୍ରେସନ ।

୨୦୨୪କୁ ବିଦାୟ ଦେଇ ୨୦୨୫କୁ ସ୍ୱାଗତ କରିବା ପାଇଁ ଉତ୍କଣ୍ଠା ବଢ଼ିଛି। ଭୁବନେଶ୍ୱରରେ ସେଲିବ୍ରେସନ ପାଇଁ କିଭଳି କଟକଣା ଓ ଅନୁମତି ରହିଛି ସେନେଇ ପୋଲିସ ଆଗୁଆ ଜଣାଇଛି । ଏନେଇ ହୋଟେଲ, ପାର୍ଟି ଇଭେଣ୍ଟ, କ୍ଲବ ଓ ସୋସାଇଟରେ ପାର୍ଟି ପାଇଁ ଅନୁମତି ଥିବା ବେଳେ ମଦ ପିଇ ବିଶୃଙ୍ଖଳା କଲେ କଡ଼ା କାର୍ୟ୍ୟନୁଷ୍ଠାନ ଗ୍ରହଣ ହେବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ସେପଟେ ମଦ‌ ବିକ୍ରି ଉପରେ ଆଇନ ମନ୍ତ୍ରୀ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଜିରୋ ନାଇଟ୍ ପାଇଁ କଟକ କମିଶନରେଟ୍ ପୋଲିସ ର ସ୍ଵତନ୍ତ୍ର ପ୍ରସ୍ତୁତି । କଟକ ସହରରେ ନିୟୋଜିତ ହେବେ ୮ ପ୍ଲାଟୁନ୍ ପୋଲିସ ଫୋର୍ସ । ବିଭିନ୍ନ ଚର୍ଚ୍ଚ, ମନ୍ଦିର ଏବଂ ଅନ୍ୟାନ୍ୟ ଟୁରିଷ୍ଟ୍ ପ୍ଲେସ ରେ ରହିବେ ପୋଲିସ । ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ଵ ଦିଆଯିବା ସହ ମଦ୍ୟପାନ କରି ଗାଡ଼ି ଚଳାଇଲେ ନିଆଯିବ ଦୃଢ଼ କାର୍ୟ୍ୟାନୁଷ୍ଠାନ । ଯେଉଁଠି ବି କିଛି ଭିଡ଼ ହୋଇ ସେଲିବ୍ରେସନ୍ କରୁଛନ୍ତି ତେବେ ଲୋକାଲ ଥାନାରୁ ଅନୁମତି ଆଣିବାକୁ ପଡ଼ିବ ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମୀନା ।


ବ୍ରହ୍ମପୁର ମହାନଗରବାସୀ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସହରରେ ଜିରୋ ନାଇଟ ପାଇଁ ବିଭିନ୍ନ ସଂଗଠନ, ହୋଟେଲ ଓ କ୍ଲବ ତତ୍ପର ହୋଇଛି। ସନ୍ଧ୍ୟା ୭ଟାରୁ ରାତ୍ରି ୧୨ଟା ଯାଏ ସେଲିବ୍ରେଶନ ପାଇଁ ଧାର୍ୟ୍ୟ କରାଯାଇଛି।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।