ପ୍ରତିବର୍ଷ ଜାନୁୟାରୀ 15 ତାରିଖକୁ ଏହି ଦିବସ ପାଳନ କରାଯାଇଥାଏ । ଦେଶର ସୀମାରେ ମୁତୟନ ବୀର ଯବାନଙ୍କ ବୀରତ୍ବ, ଶୌର୍ଯ୍ୟ, ପରାକ୍ରମ, ସେବା, ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବାର ଦିନଟିଏ । ଭାରତୀୟ ସେନାର ଏକ ପ୍ରମୁଖ ଅଙ୍ଗ ହେଉଛି ସ୍ଥଳ ସେନା ବା ପଦାତିକ ବାହିନୀ। ଭାରତୀୟ ସେନା ସର୍ବଦା ଦେଶର ସୁରକ୍ଷା ପାଇଁ ପ୍ରତିବଦ୍ଧ। ଭାରତୀୟ ନୌସେନା ପାଇଁ ଆଜି ହେଉଛି ଐତିହାସିକ ଦିନ। ସାମିଲ ହେବ ତିନି ତିନିଟି ଯୁଦ୍ଧ ଜାହାଜ। ମୁମ୍ବାଇ ନାଭାଲ ଡକୟାର୍ଡରେ ଆଜି INS ସୁରତ, INS ନୀଲଗିରି ଓ INS ବାଘଶିରକୁ ଦେଶକୁ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡେଷ୍ଟ୍ରୟର୍ ସୁରତ, ଷ୍ଟେଲ୍ଥ ଫ୍ରିଗେଟ୍ ନୀଲଗିରି ଏବଂ ସବମରିନ୍ ବା ବୁଡ଼ାଜାହାଜ ବାଘଶିର ନୌସେନାରେ ସାମିଲ ହେବ। ପ୍ରଥମେ ଭାରତୀୟ ନୌସେନା ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ରିଟୁଇଟ କରିଥିଲେ। ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବୃଦ୍ଧି ସହ ଆତ୍ମନିର୍ଭର ଭାରତକୁ ଏହା ବଳ ଯୋଗାଇବ ବୋଲି ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ମୋଦି।
ଅନ୍ୟ ପକ୍ଷରେ ୩ଟି ଯୁଦ୍ଧଜାହାଜକୁ ନେଇ ସ୍ବତନ୍ତ୍ର ଭିଡିଓ ପୋଷ୍ଟ କରିଛି ଭାରତୀୟ ନୌସେନା । ଆଇଏନଏସ ସୁରତ ହେଉଛି ପ୍ରୋଜେକ୍ଟ ୧୫-ବି ର ଏକ ଅଂଶ । ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଏହି ଜାହାଜରେ ଶତ୍ରୁ ପକ୍ଷକୁ ମାତ ଦେବାକୁ ଦକ୍ଷତା ରହିଛି । ଗାଇଡେଡ୍-ମିସାଇଲ୍ ବିଧ୍ୱଂସକ ଭାବେ ଏହାକୁ ବିକଶିତ କରାଯାଇଛି । ସେହିପରି INS ନୀଲଗିରି ପ୍ରୋଜେକ୍ଟ-17Aର ପ୍ରମୁଖ ଜାହାଜ । ନୌସେନାର ଯୁଦ୍ଧଜାହାଜ ଡିଜାଇନ୍ ବ୍ୟୁରୋ ଦ୍ୱାରା ଡିଜାଇନ୍ କରାଯାଇଥିବା, ନୀଳଗିରି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ । INS ବାଘଶିରପ୍ରୋଜେକ୍ଟ 75 ଅନ୍ତର୍ଗତ ସ୍କର୍ପିନ୍-କ୍ଲାସର ଷଷ୍ଠ ବୁଡ଼ାଜାହାଜ । ଏହା ଏକ ଡିଜେଲ-ଇଲେକ୍ଟ୍ରିକ୍ ବୁଡ଼ାଜାହାଜ ଯାହା ବିଶ୍ୱର ସବୁଠାରୁ ନୀରବ ଶ୍ରେଣୀର ବୁଡାଜାହାଜ ଅଟେ ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ବିଲ ମଝିରେ ଜଳିଗଲା ମୋଟର ସାଇକେଲ।
ଖାଲି ଆଖିରେ ଦେଖିହେବ ୪ଟି ଗ୍ରହ।
ସାଧାରଣତନ୍ତ୍ର ଦିବସ ପାଇଁ ଟ୍ରାଫିକ୍ କଟକଣା।