ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ତତ୍ତ୍ଵାବଧାନରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ୍ କୁମାର ମୁଦୁଲିଙ୍କ ନେତୃତ୍ୱରେ ଆଜି ବାଣପୁର ଥାନା ପାରିନୁଆଗାଁ ଛକରେ ବସକୁ ଅପେକ୍ଷା କରିଥିବା ସମୟରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଗଞ୍ଜାମ ଜିଲ୍ଲାର ଚନ୍ଦନପୁର ଗ୍ରାମର ବେଲାଳସେନ ପ୍ରଧାନ (୨୨) ଙ୍କୁ ୧୧ .୫୦୦ କିଲୋଗ୍ରାମ ବେଆଇନ ଗଞ୍ଜେଇ କାରବାରରେ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ ଲକ୍ଷ ପନ୍ଦର ହଜାର ଟଙ୍କା ହେବ ବୋଲି ଜଣାପଡିଛି।
ଉକ୍ତ ଚଢାଉରେ ବାଲୁଗାଁ ଅବକାରୀ ଏ ଏସ ଆଇ ସଞ୍ଜୟ କୁମାର ସୁବୁଦ୍ଧି, କନଷ୍ଟେବଳ ଆଶିଷ ପ୍ରଧାନ, ତୁଷାରକାନ୍ତି ଚଂପତି, ଚିନ୍ମୟୀ ଦାସ ଓ କାଲୁ ପ୍ରଧାନ ଆଦି ସାମିଲ ଥିଲେ। ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।
ମୋ ଟିଭି ଓଡିଶା, ଟାଙ୍ଗୀ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।