MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଡବଲଡେକର ବସର ଚାଲିଛି ଟ୍ରାଏଲ ରନ୍

ଡବଲଡେକର ବସର ଚାଲିଛି ଟ୍ରାଏଲ ରନ୍ । ପ୍ରବାସୀ ଭାରତୀୟ ଦିବସରେ ବ୍ୟବହାର ପୂର୍ବରୁ ଭୁବନେଶ୍ୱର, କଟକ, ପୁରୀ, କୋଣାର୍କରେ ଚାଲିଛି ଟ୍ରାଏଲ ରନ୍। ଗତକାଲି ଭୁବନେଶ୍ବରରୁ ଟ୍ରାଏଲ୍‌ ରନ୍‌ରେ ଯାଇ ପୁରୀରେ ପହଞ୍ଚିଥିଲା ଡବଲ ଡେକର ବସ୍‌ । ଏହି ବସ୍‌ ସର୍ବ ଭାରତରେ ପ୍ରଥମ ବୋଲି ଜଣାଯାଇଛି । ଥରେ ବିଦ୍ୟୁତ୍‌ ସଂଯୋଗ କଲେ ଏହା ପ୍ରାୟ ୨୫୦ରୁ ୩ଶହ କିମି ପର୍ୟ୍ୟନ୍ତ ଯାଇ ପାରିବ । ବସ୍‌ଟି ୫୫ ସିଟ୍‌ ବିଶିଷ୍ଟ ହୋଇଥିବା ବେଳେ ଏହାର ବେଗ ୪୫ କିମି ରହିଛି ।

ଏହା ଶୀତତାପ ନିୟନ୍ତ୍ରୀତ ବସ୍‌ ହୋଇଥିବା ବେଳେ ତାହା ସବୁବେଳେ ସିସିଟିଭି ନଜରରେ ରହିବ । ଏଥିସହ ଏହାର ସିଟ୍‌କୁ ବି ଯାତ୍ରୀଙ୍କ ନିମନ୍ତେ ଆରାମଦାୟକ କରାଯାଇଛି । ପ୍ରଥମେ ପ୍ରବାସୀଙ୍କୁ ବୁଲାଇବ ପରେ ଏହି ବସ୍‌ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀରେ ଚାଲିବ । ଡବଲ ଡେକର ବସରେ ଓଡ଼ିଆ କଳା ସଂସ୍କୃତିର ଚିହ୍ନ ରହିଛି । ସାମ୍ନା ପଟରେ ରହିଛି କୋଣାର୍କ ଚକ ଚିହ୍ନ । ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ ଓ କଟକ ବାଲିଯାତ୍ରାର ଛବି ବି ଏହି ବସ୍‌ରେ ରହିଛି । ଫଳରେ ଅତ୍ୟାଧୁନିକ ସେବାରେ ପରିପୂର୍ଣ୍ଣ ଏହି ବସ୍‌ ଓଡ଼ିଶାର କଳା ସଂସ୍କୃତିକୁ ବି ବହନ କରିଛି । ପ୍ରାରମ୍ଭିକ ଭାବେ ପ୍ରବାସୀ ଭାରତୀୟଙ୍କୁ ବୁଲାଇବ ଡବଲ୍ ଡେକର ବସ୍। ପରେ ସାଧାରଣ ଲୋକଙ୍କ ପାଇଁ ବ୍ୟବହୃତ ହେବ ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।