MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

‘ଜନଜାତି ଛାତ୍ରଛାତ୍ରୀଙ୍କ ଇଂରାଜୀ ଶିକ୍ଷାକୁ ସୁଦୃଢ କରାଯିବ’

ମୋ ଟିଭି ଓଡିଶା / ଭୁବନେଶ୍ୱର :

 ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ଗୁରୁତ୍ବ । ଜନଜାତି ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଶିକ୍ଷାକୁ ସୁଦୃଢ କରାଯିବ l ଶିକ୍ଷା   ମାଧ୍ୟମରେ ସଶକ୍ତ ହେବେ ଜନଜାତି ଛାତ୍ରଛାତ୍ରୀ । ଜନଜାତି ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ଇଂରାଜୀ ଶିକ୍ଷା । ଏଥି ପାଇଁ ଭିତ୍ତିଭୂମି ବିକାଶର ଆବଶ୍ୟକତା ଥିବା ବେଳେ ୪୫୦ଟି ଆବାସିକ ବିଦ୍ୟାଳୟରେ ହଷ୍ଟେଲ ନିର୍ମାଣ କରାଯାଉଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ ଆହୁରି ମଧ୍ୟ କହିଛନ୍ତି, ଆବାସିକ ବିଦ୍ୟାଳୟର ହଷ୍ଟେଲ ଯୁଦ୍ଧକାଳୀନ ଭିତ୍ତିରେ ସରିବ । ଏହା ସହ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲକୁ ବିକଶିତ କରାଯିବ । ପରିଚିତି ଯୋଜନା ମାଧ୍ୟମରେ ୯୯ଟି ବିଦ୍ୟାଳୟରେ ଜନଜାତି ଛାତ୍ରଛାତ୍ରୀ ନିଜସ୍ୱ କଳା, ସଂସ୍କୃତି, ଭାଷା ସହ ଯୋଡ଼ି ହୋଇ ରହିବେ । ଜନଜାତି ଛାତ୍ରଛାତ୍ରୀମାନଙ୍କ ଆନୁଷ୍ଠାନିକ ଓ ବୌଦ୍ଧିକ ବିକାଶ ସମେତ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

ସେହିପରି ଡ଼େଙ୍ଗୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାର ସମସ୍ତ ଆବାସିକ ହଷ୍ଟେଲ ଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ମଶାରୀ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବିଭିନ୍ନ ଭିତ୍ତିଭୂମି ନିର୍ମାଣରେ ଗୁଣବତ୍ତା ବଜାୟ ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଉପଯୁକ୍ତ ବ୍ୟବହାର ସମେତ ଅବ୍ୟବହୃତ ଭିତ୍ତିଭୂମିକୁ କାର୍ଯ୍ୟକ୍ଷମ କରିବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଯେଉଁଠାରେ ଆବାସିକ ବିଦ୍ୟାଳୟ ଗୁଡ଼ିକ ଅଛି, ସେଠାରେ ଆବଶ୍ୟକତାକୁ ଧ୍ୟାନରେ ରଖି ସ୍ଥାନୀୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଯୁବକଙ୍କୁ ନିଯୁକ୍ତି ଦେବାକୁ ମନ୍ତ୍ରୀ ପରାମର୍ଶ ଦେବା ସହ ଶିକ୍ଷକ, ପାଚିକା ତଥା ସହାୟିକା, ଏଏନଏମ୍‌, ମାଟ୍ରନ ନିଯୁକ୍ତି ଉପରେ ମଧ୍ୟ ଧ୍ୟାନ ଦେବାକୁ ମନ୍ତ୍ରୀ ସୂଚନା ଦେଇଛନ୍ତି । ଫଳରେ ଛାତ୍ରଛାତ୍ରୀମାନେ ଏକ ନିରାପଦ ପରିବେଶରେ ଆବାସିକ ବିଦ୍ୟାଳୟରେ ରହି ନିଜ ଭବିଷ୍ୟତ ଗଠନ କରିପାରିବେ ।


SC/ST ଉନ୍ନୟନ ବିଭାଗ ପକ୍ଷରୁ ଆଦିବାସୀ ବିକାଶ ନେଇ ସମୀକ୍ଷା କରିଥିଲେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ୪୫୦ PSH ହଷ୍ଟେଲ ପାଇଁ ୧.୦୫ କୋଟି ଖର୍ଚ୍ଚ ହେବ । ୧୦୦ ହଷ୍ଟେଲ ବିଲଡିଂ ଯାହା ଅଚଳ ଥିଲା, ତାହା କାର୍ଯ୍ୟକ୍ଷମ ହେବ । ୯୯ ପରିଚିତ ଲାବକୁ ପରିଚିତ ଯୋଜନାରେ କାର୍ଯ୍ୟକାରୀ କରାଯିବ। ଏଥି ସହ ଅନ୍ତେବାସୀଙ୍କୁ ମଶାରୀ, ଡ୍ରେସ ଓ ଖଟ ଦିଆଯିବ। CBSE ପାଠ ପଢିବାକୁ ଗାଁରୁ ସହର ଆସି ଅନ୍ଵେଷା ହଷ୍ଟେଲରେ ରହୁଛନ୍ତି ଛାତ୍ରୀ। ସେମାନଙ୍କ ପାଇଁ ଭଲ ଟିୟୁସନ୍ ମଧ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।