MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଓଡ଼ିଶା ସରକାର, ଦକ୍ଷତା ବିକାଶ ଆୟୋଗ ଏବଂ କର୍ମଯୋଗୀ ଭାରତ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ

ସରକାରୀ କର୍ମଚାରୀଙ୍କ ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାର, ଭାରତ ସରକାରଙ୍କ ଦକ୍ଷତା ବିକାଶ ଆୟୋଗ (ସିବିସି) ଏବଂ କର୍ମଯୋଗୀ ଭାରତ ମଧ୍ୟରେ ଆଜି ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

 

ସରକାରୀ କର୍ମଚାରୀ ତଥା ସିଭିଲ ସର୍ଭିସ  ସେବା ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କ୍ଷେତ୍ରରେ ଏହା ବୈପ୍ଲବିକ ପରିବର୍ତ୍ତନ  ଆଣିବ 

ଭୁବନେଶ୍ୱର ତା-୨୩.୧୦.୨୦୨୪ 

ସରକାରୀ କର୍ମଚାରୀଙ୍କ ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାର, ଭାରତ ସରକାରଙ୍କ ଦକ୍ଷତା ବିକାଶ ଆୟୋଗ (ସିବିସି) ଏବଂ କର୍ମଯୋଗୀ ଭାରତ ମଧ୍ୟରେ ଆଜି ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଭୁବନେଶ୍ୱର ଲୋକସେବା ଭବନସ୍ଥିତ ୨ୟ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏହି ଚୁକ୍ତିନାମା ଆନୁଷ୍ଠାନିକ ଭାବେ  ସ୍ୱାକ୍ଷରିତ ହୋଇଥିବା ସ୍ଥଳେ  ଲୋକସେବା ଭବନ ପ୍ରଥମ ମହଲା ସ୍ଥିତ ରାଜସ୍ୱ ଏବଂ  ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ମିଳନୀ କକ୍ଷ ଓ ଅନ୍ୟ ବିଭିନ୍ନ ସ୍ଥାନରୁ ଅଂଶଗ୍ରହଣକାରୀମାନେ ଆଭାସୀ  ବ୍ୟବସ୍ଥା ମାଧ୍ୟମରେ ଯୋଗଦେଇଥିଲେ ।  

ଏହି ତ୍ରୈପାକ୍ଷିକ ଚୁକ୍ତିନାମା ଓଡ଼ିଶାରେ ବିଶେଷ କରି ସିଭିଲ ସର୍ଭିସ୍ ସେବାରେ ନିଯୁକ୍ତି ପାଉଥିବା ସରକାରୀ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । 

ଓଡ଼ିଶା ସରକାରଙ୍କ ତରଫରୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହା ନିର୍ଦ୍ଦେଶକ                           ଜି. ମାଥିଭାଥାନନ୍ , ସିବିସିର ସଚିବ ତଥା ‘କର୍ମଯୋଗୀ ଭାରତ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଭି.ଲଳିତା ଲକ୍ଷ୍ମୀ ଏହି  ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟ ଶାସନ ସଚିବ,ଓଡ଼ିଶା ଶ୍ରୀ  ମନୋଜ ଆହୁଜା,ଦକ୍ଷତା ବିକାଶ ଆୟୋଗର ମାନବ ସମ୍ବଳ ସଦସ୍ୟ ଡ. ଆର୍ ବାଲସୁବ୍ରମଣ୍ୟମ ପ୍ରମୁଖଙ୍କ  ଯୋଗଦେଇଥିଲେ ।  ଏଥିରେ ଓଡ଼ିଶା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବ,  ନୋଡାଲ ଅଫିସର (ଦକ୍ଷତା ବିକାଶ) ଏବଂ ସମସ୍ତ ରାଜ୍ୟସ୍ତରୀୟ ସରକାରୀ ପ୍ରଶିକ୍ଷଣ ଅନୁଷ୍ଠାନର ମୁଖ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।  ଏହି ଅବସରରେ ଆଇଜିଓଟି ପ୍ଲାଟଫର୍ମ ମାଧ୍ୟମରେ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶର ଡିଜିଟାଲ ରୂପାନ୍ତର ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରଶିକ୍ଷଣ ସହଯୋଗ, ରାଜ୍ୟ ପାଇଁ ବାର୍ଷିକ ଦକ୍ଷତା ବିକାଶ ଯୋଜନାର ବିକାଶ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଧ୍ୟାନ ଦିଆଯାଇ ପ୍ରସ୍ତୁତ କରାଯାଇଛି,ଯାହା  ଓଡ଼ିଶାର ସରକାରୀ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ । ଏହି ପ୍ରଶିକ୍ଷଣ ଢାଞ୍ଚା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଦକ୍ଷତା ପରିଚାଳନାକୁ ସମର୍ଥନ କରୁଛି ।  ଆଇଜିଓଟି ପ୍ଲାଟଫର୍ମରେ ଶିକ୍ଷଣ ସମ୍ବଳ ଚିହ୍ନଟ ଏବଂ ପ୍ରକାଶନ; ବିଷୟବସ୍ତୁ ବିକାଶକାରୀଙ୍କୁ ଚିହ୍ନଟ କରିବାରେ ରାଜ୍ୟକୁ ସହାୟତା କରିବା ସଙ୍ଗେ ସଙ୍ଗେ  ଦକ୍ଷତା ବିକାଶ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଗତିଶୀଳ ସହଯୋଗକୁ ପ୍ରୋତ୍ସାହିତ କରିବା; ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ କର୍ମଚାରୀଙ୍କୁ ଆଇଜିଓଟି ପ୍ଲାଟଫର୍ମକୁ ଆଣିବା; ଏବଂ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଦକ୍ଷତା ପାସ୍ ବୁକ୍ ବିକଶିତ କରିବାରେ ଏହା ସହାୟକ ହେବ। 

ଏହି ବୁଝାମଣାପତ୍ର ଓଡ଼ିଶାର ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକର ପରିଚାଳନା ଦକ୍ଷତା ବୃଦ୍ଧି କରିବା ସହ  ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡ଼ିକୁ ମିଶନ କର୍ମଯୋଗୀର ଜାତୀୟ ଉଦ୍ଦେଶ୍ୟ ସହ ଯୋଡ଼ିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି  ଚୁକ୍ତିନାମା ସରକାରୀ କର୍ମଚାରୀମାନଙ୍କ ପ୍ରଶିକ୍ଷଣର ଗୁଣବତ୍ତା ଓ ପରିସରରେ ଉନ୍ନତି ଆଣି ଓଡ଼ିଶାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି ।

ଏହି ତ୍ରିପାକ୍ଷିକ ବୁଝାମଣାପତ୍ର ଏକ ଦୂରଦୃଷ୍ଟି ସମ୍ପନ୍ନ ସିଭିଲ୍ ସର୍ଭିସ୍ ପ୍ରଶିକ୍ଷଣ ଇକୋସିଷ୍ଟମ୍ ସୃଷ୍ଟି କରିବା ଦିଗରେ ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବା ସହ ଭବିଷ୍ୟତ ପାଇଁ ଏକ ସଶକ୍ତ, ଦକ୍ଷ ଏବଂ  ସକ୍ଷମ ପ୍ରଶାସନିକ ଢାଞ୍ଚା ପ୍ରସ୍ତୁତି ଦିଗରେ ଏକ ପ୍ରମୁଖ ପଦକ୍ଷେପ ହୋଇଛି । ଗୋପବନ୍ଧୁ ପ୍ରଶାସନିକ  ଏକାଡେମୀର ମହାନିର୍ଦ୍ଦେଶକ ଏହି ବ୍ୟବସ୍ଥାରେ ରହିଥିବା ବିଭିନ୍ନ ପ୍ରଶିକ୍ଷଣ ପଦ୍ଧତିର ଢାଞ୍ଚା କିପରି ପ୍ରଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ । 

  ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ତାଙ୍କ ବକ୍ତବ୍ୟରେ ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାକାର କରିବାରେ ଓଡ଼ିଶାର ଯୋଗଦାନ  ପାଇଁ ଏକ ଦକ୍ଷ ଏବଂ ସଶକ୍ତ ପ୍ରଶାସନିକ କଳ ନିମନ୍ତେ ଏହି ପଦକ୍ଷେପ ଏକ ସୁଦୃଢ଼ ମୂଳଦୂଆ ହେବ ବୋଲି  ପ୍ରକାଶ କରିଥିଲେ । 

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।