MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଏବିଭିପି ର ତ୍ରିରଙ୍ଗା ଶୋଭାଯାତ୍ରା, ଖୋର୍ଦ୍ଧା

୭୮ତମ ସ୍ୱାଧୀନତା ଦିବସ ପାଳନ ଅବସର ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଖୋର୍ଦ୍ଧା ତରଫ ରୁ ଆଜି ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶୋଭାଯାତ୍ରା ଟି ପ୍ରାଣନାଥ ମହାବିଦ୍ୟାଳୟ ର ପ୍ରମୁଖ ଫାଟକ ଠାରୁ ଆରମ୍ଭ ହୋଇ ଖୋର୍ଦ୍ଧା ସ୍ଥିତ ଗୀତା ଭବନ ଠାରେ ସମାପ୍ତ ହୋଇଥିଲା।

ଏଥିରେ ଖୋର୍ଦ୍ଧା ନଗର ର ପ୍ରାୟ ସମସ୍ତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଯୋଗ ଦାନ ଦେଇ ଦେଶ ସ୍ୱାଧୀନତା ର ଶୁଭଅବସର କୁ ପାଳନ କରିବା ସହ ଦେଶବାସୀ ଙ୍କୁ ଉଦବୋଧନ ଦେବା ପୂର୍ବକ “ବନ୍ଦେ ମାତରମ”, “ଭାରତ ମାତା କି ଜୟ”, ପ୍ରଭୃତି ନାରା ଦେଉଥିଲେ। ଏହି କାର୍ଯ୍ୟକ୍ରମ ଦେଶ ବାସି ଙ୍କୁ ଜାଗ୍ରତ କରି, ଛାତ୍ର ଶକ୍ତି ଦେଶ ଗଠନ ର ମୂଳଦୁଆ ହେବ ବୋଲି ଜିଲ୍ଲା ସଂଯୋଜକ ଶ୍ରୀମାନ ସୌମ୍ୟ ରଞ୍ଜନ ସାହୁ କହିଛନ୍ତି।

ଛାତ୍ର ଶକ୍ତି ହିଁ ରାଷ୍ଟ୍ର ଶକ୍ତି, ବିଦ୍ୟାର୍ଥି ପରିଷଦ ପ୍ରତିବର୍ଷ ସ୍ୱାଧୀନତା ର ଶୁଭ ଅବସର କୁ ପାଳନ କରେ, ଏ ବର୍ଷ ମଧ୍ୟ ଏହା ବିଶାଳ ଶୋଭାଯାତ୍ରା ର ରୂପ ନେଇଛି। ଦେଶ ର ସମସ୍ତ ନାଗରିକ ଏହି ସ୍ୱର ରେ ସାମିଲ ହେବା ଆବଶ୍ୟକ ବୋଲି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟା ପ୍ରିତୀପଲ୍ଲବୀ ମହାପାତ୍ର କହିଛନ୍ତି। ବିଦ୍ୟାର୍ଥି ପରିଷଦ ର ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ।

ମୋ ଟିଭି ଓଡିଶା / ଖୋର୍ଦ୍ଧା :

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।