ମୋ ଟିଭି ଓଡିଶା / ଗଞ୍ଜାମ :
ଗଞ୍ଜାମ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ କୁ କାଠ ଚୋରା ଚାଲାଣ ବେଳେ ବନ ବିଭାଗ ଚଢ଼ାଉ କରି ବିପୁଳ ପରିମାଣ ର ମୂଲ୍ୟବାନ କାଠ, ଗୋଟିଏ ଟ୍ରକ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି l ଦକ୍ଷିଣ ଘୁମୁସର ବନ ଖଣ୍ଡ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ମୋଟାବାଡି ଗ୍ରାମ ହାଇ ସ୍କୁଲ ଛକ ନିକଟରୁ କାଠ ବୋଝେଇ ଟ୍ରକକୁ ଜବତ କରିବା ସହ ଇଚ୍ଛାପୁରର ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ଜବତ କାଠ ର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବା ନେଇ ଅନୁମାନ କରାଯାଉଥିବା ବେଳେ ଟ୍ରକ ରେ ପିଆଶାଳ,ମହି ଓ ସାହାଜ ଭଳି ମୂଲ୍ୟବାନ କାଠ ରହିଥିବା ସୂଚନା ମିଳିଛି l ତେବେ ଟ୍ରକରେ ଜରିପାଲ ଘୋଡାଇ କାଠ ଓଡିଶାରୁ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ହେଉଥିବା ଜଣାପଡିଛି ।
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋଟ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।