ମୋ ଟିଭି ଓଡିଶା / ଖୋର୍ଦ୍ଧା : ନିରାକାରପୁର ଥାନା ପୋଲିସ ପକ୍ଷରୁ ମଙ୍ଗଳବାର ବଡ଼ପୋଖରୀଆ ଗା ନିକଟରେ ଚାଲିଥିବା ବେଆଇନ ଖଣିରେ ଚଢ଼ାଉ ଗୋଟିଏ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍ ଜବତ ଖଣି ମାଫିଆ ଓ ଗାଡି ଚାଳକ ଘଟଣା ସ୍ଥଳରୁ ଫେରାର।ପୋଲିସର ଅତର୍କିତ ଚଢ଼ାଉ ଦେଖି ମାଫିଆମାନେ ଗାଡି ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।ତେବେ ଏହି ବେଆଇନ ଖଣିକୁ କିଏ ଏବଂ କାହା ଇଙ୍ଗିତରେ ଚାଲୁଛି ସେନେଇ ତଦନ୍ତ ଚାଲିଛି ବୋଲି ସବଇନ୍ସପେକ୍ଟର ଦୀପାଳିଶା ନାୟକ ସୂଚନା ଦେଇଛନ୍ତି।ଦୈନିକ ନୂଆ ଜଗନ୍ନାଥ ସଡକ ଥାନା ସମ୍ମୁଖ ରାସ୍ତା ଦେଇ ବେଆଇନ ଭାବରେ ଶହଶହ ମାଙ୍କଡା ପଥର ବୋଝେଇ ଟ୍ରକ ଓ ଟ୍ରାକ୍ଟର ଯାଉଥିବା ବେଳେ ନିରାକାରପୁର ନାମକୁ ମାତ୍ର ଗୋଟିଏ ଗାଡି ଧରି ବାହାଦୁରି ନେବାକୁ ଚେଷ୍ଟା କରୁଛି।ଯାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଳରେ ଆଲୋଚନାର ବିଷୟ।
ବେଆଇନ ଖଣିରେ ଚଢ଼ାଉ ପଥର ବୋଝେଇ ଟ୍ରକ ଜବତ।

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।