ମୋ ଟିଭି ଓଡିଶା / କଳାହାଣ୍ଡି :୨୮/୦୯
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଠାରୁ ଦେଶର ବୟସ୍କ ବ୍ୟକ୍ତି ଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ଯକ୍ଷ୍ମା ନିରାକରଣ ପାଇଁ ଟୀକାକରଣ ବ୍ୟବସ୍ଥା ଆରମ୍ଭ ହୋଇଛି।

ଏହି ପରିପ୍ରେକ୍ଷୀରେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ସିଏଚସି ଭାରପ୍ରାପ୍ତ ଡାକ୍ତର ତତ୍ଵଦର୍ଶୀ ଦାସ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ତହସିଲଦାର ନବୀନ କିଶୋର ପାଢ଼ୀ,ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ସିଡିପିଓ ସରୋଜା ଲତା ଦେଇ, ପିଏଚଇଓ ଶର୍ମିଳା ଛାତ୍ରୀଆ, ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର, ବିପିଏମ ସୁରଜିତ କୁମାର ସିଂ ପ୍ରମୁଖ ଯୋଗଦେଇ ଯକ୍ଷ୍ମା ଟୀକାକରଣ ର ଶୁଭାରମ୍ଭ କରିଥିଲେ।
ବୟସ ବଢ଼ିବା ସହ ରୋଗ ପ୍ରତିରୋଧକ ଶକ୍ତି କମିବାରୁ ଯକ୍ଷ୍ମା ଭଳି ରୋଗ ହେବାର ସମ୍ଭାବନା ରହିଛି ଏଣୁ ଏହି ଟୀକା ନେଲେ ଆମେ ଯକ୍ଷ୍ମା ରୋଗ ରୁ ଦୁରେଇ ରହିବା ସ୍ୱାସ୍ଥ୍ୟ ବିଭାଗ ର ଏହି ପଦକ୍ଷେପ ଅନେକ ପ୍ରଶଂସନୀୟ ବୋଳି ଉପସ୍ଥିତ ଅତିଥିମାନେ କହିଥିଲେ।

ଏହି କାର୍ଯ୍ୟକ୍ରମ ରେ ଅନେକ ବୟସ୍କ ବୃଦ୍ଧ ବୃଦ୍ଧା ମାନେ ଟୀକା ନେଇଛନ୍ତି। କାର୍ଯ୍ୟକ୍ରମ କୁ ଗୋଲାପ ବାବୁ ସଂଯୋଜନା କରିଥିଲେ। ଏଏନଏମ ମାନେ ଟୀକା ଦେଇଥିବା ବେଳେ ଆଶା କର୍ମି ମାନେ ଉପସ୍ଥିତ ରହି ବୟସ୍କ ବ୍ୟକ୍ତି ସହଯୋଗ କରିଥିଲେ।
ରିପୋର୍ଟ-ସନତ ପ୍ରଧାନୀ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।