MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଭାଇ ର ଜୀବନ ବଞ୍ଚାଇବାକୁ ଯାଇ ଟ୍ରେନରେ କଟି ଦୁଇ ଭାଇ ମୃତ।


ମୋ ଟିଭି ଓଡିଶା / ସୋର : ୦୯/୦୭/୨୦୨୪

ଦାଣ୍ଡ ହରିପୁର ଗେଟ ନିକଟରେ ଟ୍ରେନରେ କଟି ଦୁଇଜଣ ଭାଇ ଙ୍କ ମୃତ୍ୟୁ। ଗତକାଲି ବିଳମ୍ବିତ ରାତିରେ ଆରୁଆବାଡ ଗ୍ରାମର ରାକେଶ କୁମାର ପାଢୀ (୩୫) ଓ ତାଙ୍କ ମାଉସୀ ପୁଅ ଭାଇ ରତିକାନ୍ତ ସାହୁ ଏକ ବାଇକ ଯୋଗେ ଆସୁଥିବା ବେଳେ ଏହି ଗେଟ ନିକଟରେ ଫାଟକ ପଡ଼ିଥିବାରୁ ଛିଡ଼ାହୋଇଥିଲେ। ହଠାତ ପଛରେ ବସିଥିବା ରତିକାନ୍ତ ଟ୍ରେନ ସମ୍ମୁଖକୁ ଆତ୍ମହତ୍ୟା ପାଇଁ ଦୌଡିଥିବା ବେଳେ ରାକେଶ ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ।

ଏହି ସମୟରେ ପୁରୀରୁ ହାଉଡା ଅଭିମୁଖେ ଯାଉଥିବା ପୁରୀ ହାଉଡା ସୁପରଫାଷ୍ଟ ଏକ୍ସପ୍ରେସ ଉଭୟଙ୍କୁ ଧକା ଦେବାରୁ ସେମାନଙ୍କ ଶରୀରର ବିଭିନ୍ନ ଅଂଶ ଖଣ୍ଡଖଣ୍ଡ ହୋଇ ପଡ଼ିଥିଲା। ଖବର ପାଇ ସୋର ଆରପିଏଫ ଓ ବାଲେଶ୍ୱର ଜିଆରପି ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ବାଲେଶ୍ୱର ନେଇଥିବା ଜଣାପଡିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।