MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାସ୍ତା କଡରେ ବିପଦ ଅବସ୍ଥାରେ ଦୁଇ ଶୁଖିଲା ଆମ୍ବ ଗଛ, ଯାତ୍ରୀ ଭୟଭୀତ ।


ଦାରିଙ୍ଗବାଡି,ମୋ ଟିଭି ଓଡିଶା:(ସୁଶାନ୍ତ ସାହୁ)
ଦାରିଙ୍ଗବାଡି ବ୍ଲକ ରୁ ବୁଡ଼ାଗୁଡା ଯିବା ରାସ୍ତାରେ ସାମାନବାଡ଼ି ଗ୍ରାମ ଆଗକୁ ରହିଛି ଅଲିଶ୍ରୀକି ଘାଟି ହେଲେ ଦୀର୍ଘ ଦିନ ଧରି ରାସ୍ତା କଡରେ ଥିବା ଦୁଇଟି ଆମ୍ବ ଗଛ ଶୁଖି ଯାଇଥିବା ବେଳେ ଏବେ ଲଗାଣ ବର୍ଷାରେ ତାହାର ଡାଳ ଭାଙ୍ଗି ରାସ୍ତା ଉପରେ ପଡୁଛି ଯାହାରି ଫଳରେ ସେହି ରାସ୍ତା ଦେଇ ଯାଉଥିବା ଜନସାଧାରଣ ଭୟ କରୁଥିବା ଦେଖିବାକୁ ମିଳିଛି ।

ଖାଲି ସେତିକି ନୁହେଁ ତିଲୋରୀ ପଞ୍ଚାୟତ ଠାରୁ ବୁଡ଼ାଗୁଡା ପଞ୍ଚାୟତ ଯିବାକୁ ସାତ କିଲୋମିଟର ରାସ୍ତା ହୋଇଥିବା ବେଳେ ଏଭଳି ବହୁ ଶୁଖିଲା ଗଛ ରହିଥିବା ଦେଖିବାକୁ ମିଳୁଛି ବହୁ ବର୍ଷର ପୁରୁଣା ଗଛ ହୋଇଥିବାରୁ ବର୍ଷା ପବନ ହେଲେ ତାହା ଭାଙ୍ଗି ରାସ୍ତା ଉପରେ ପଡି ରହୁଛି ଯାହାରି ଫଳରେ ବସ ଯିବା ସମୟରେ ବସ କର୍ମଚାରୀ ରାସ୍ତା ଉପରୁ ଡାଳ ବାହାର କରି ଯିବାକୁ ପଡୁଛି । ମଟର ସାଇକେଲ,ଅଟୋରେ ଯାଉଥିବା ଲୋକେ ସେହି ରାସ୍ତା ଦେଇଗଲା ବେଳେ ନିଜକୁ ନିରାପଦ ମନୁନାହାନ୍ତି ।

ତେବେ ରାସ୍ତା କଡରେ ଥିବା ଶୁଖିଲା ଗଛକୁ ବିଭାଗୀୟ ଅଧିକାରୀ କାଟିବା ପାଇଁ ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ଜଣାଇ ଥବା କହିଛନ୍ତି ସ୍ଥାନୀୟ ବାସିନ୍ଦା କିଛି ଦିନ ପିର୍ବରୁ ଡୁଲୁରି ପ୍ଲିହେରି ରାସ୍ତା ଉପରେ ଚଳନ୍ତା ଅଟୋ ଉପରେ ଶୁଖିଲା ଗଛ ରୁ ଡାଲଭାଙ୍ଗୀ ପଡି ଜଣେ ବୃଦ୍ଧାଙ୍କର ମୃତ ହୋଇଥିଲା ତେବେ ଏତେ ପରିମାଣରେ ଶୁଖିଲା ଗଛ ରାସ୍ତା କଡରେ ଥିବାରୁ ଏବେ। ରାସ୍ତାରେ ଯାତାୟତ କରୁଥିବା ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ।ଏହାର ସମାଧାନ ପାଇଁ ଦାବି ହେଉଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।