ମୋ ଟିଭି ଓଡିଶା / ସୋର,୧୪/୧0
ତିନିଜଣ ସାଙ୍ଗ ଖେଳିବାକୁ ଘର ନିକଟରେ ଥିବା କେନାଲ ପାଖକୁ ଯାଇଥିବା ବେଳେ ଦୁଇଜଣ କେନାଲରେ ଭାସିଯାଇ ଥିଲେ। ଚାରି ଘଣ୍ଟାର ପରିଶ୍ରମ ପରେ ଦୁଇଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ ଆଜି ଅପରାହ୍ଣରେ ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ବରିସାହିର ହିମାଂଶୁ ନାୟକଙ୍କ ଏକମାତ୍ର ପୁଅ ସାଇ ମହେଶ ନାୟକ (୧୦),ଅଲ୍ଲିପୁର ଗ୍ରାମର ଅଶୋକ ଦାସଙ୍କ ପୁଅ ହରିହର ଦାସ (୧୩) ଯିଏକି ଦୁଇଦିନ ତଳେ ତାଙ୍କ ମାମୁଁ ଘରକୁ ଆସିଥିଲେ ଓ ଅନ୍ୟ ଜଣେ ନାବାଳକ ସାଙ୍ଗ ହୋଇ ନିକଟରେ ଥିବା ସାଳନ୍ଦୀ କେନାଲକୁ ଖେଳିବାକୁ ଯାଇଥିଲେ। ଏହି ସମୟରେ କେନାଲର ଶିଉଳିରେ ଗୋଡ଼ ଖସିଯିବାରୁ ହରିହର ଓ ସାଇ ମହେଶ ଭାସିଯାଇଥିଲେ। ସାଙ୍ଗରେ ଥିବା ଅନ୍ୟଜଣେ ସାଙ୍ଗ ସ୍ଥାନୀୟ ଲୋକଙ୍କୁ ଡାକରା ପକାଇଥିଲେ।
ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ସହିତ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଦୀର୍ଘ ଏକ ଘଣ୍ଟାରୁ ଉର୍ଦ୍ବ ସମୟ ଖୋଜାଖୋଜି କରିବା ପରେ ସାଇ ମହେଶକୁ ଓ ଚାରିଘଣ୍ଟାରୁ ଉର୍ଦ୍ବ ସମୟ ପରେ ହରିହାରଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।