January 27, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଘଟଣା ରେ ଦୁଇ ଜଣ ଗିରଫ।

୧୬ ନଂ ଜାତୀୟ ରାଜପଥ ତଳନଗର ନିକଟରେ ଗତକାଲି ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଘଟଣା ରେ ଦୁଇ ଜଣ ଗିରଫ। ବନ୍ଧୁକ କିଣା ବିକାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ।


ମୋ ଟିଭି ଓଡିଶା / ସୋର : ୨୦/୦୭/୨୪

ଗତକାଲି ବିଳମ୍ବିତ ରାତିରେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ପୁଲିସକୁ ବଡ ସଫଳତା ମିଳିଛି। ଘଟଣାର ୫ ଘଣ୍ଟା ଭିତରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସୋର ପୁଲିସ। ଏନେଇ ଆଜି ଅପରାହ୍ଣରେ ସୋର ଥାନା ପରିସରରେ ଏସ୍ପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ପୁରୀ ଜିଲା ପୁରୀ ଟାଉନ ଥାନା ଗୁଣ୍ଡିଚା ମନ୍ଦିର ଅଂଚଳର ରବିନାରାୟଣ ଗୁଲି ବାହାନାଗା ବ୍ଲକ ତାଳପଦା ଭିର୍ଲା ଗ୍ରାମର ଉଷାମଣି ଦାସଙ୍କୁ ପ୍ରେମ ବିବାହ କରି ସେଠାରେ ରହୁଥିଲେ। ଗତକାଲି ରାତି ୧୦.୩୦ରେ ତାଙ୍କର ଓଡ଼ି ୦୧ ଏଭି ୭୮୭୪ ନମ୍ବର ବିଶିଷ୍ଟ କେଟିଏମ ବାଇକ ଯୋଗେ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଜଣ ଯୁବକ ତାଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରି ତାଙ୍କ ବାଇକ ନେଇ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଓ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୁଲିସ ଡାକ୍ତରଖନାରେ ପହଂଚି ଶବ ଜବତ କରି ୬୬୩/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ପରେ ବନ୍ଧୁକ ବିକ୍ରିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜାଣିବାକୁ ପାଇଥିଲେ। ପରେ ଏସ୍ପି ସାଗରିକା ନାଥଙ୍କ ନିର୍ଦେଶରେ ଏସ୍ଡ଼ିପିଓ ଶଶାଙ୍କ ଶେଖର ବେଉରାଙ୍କ ନେତୃତ୍ୱରେ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ସମେତ ଏକ ଟିମ ପୁରୀ ଓ କମିଶନରେଟ ପୁଲିସର ସହଯୋଗରେ ପୁରୀ ଟାଉନ ଥାନା ଚୁଡାଙ୍ଗନା ସାହିର ଶିବୁନୁ ପାତ୍ର (୨୩) ଓ ଦୋଳମଣ୍ଡପ ସାହିର ପ୍ରତୁସ ସେନାପତି (୨୩)ଙ୍କୁ ପିପିଲି ନିକଟରୁ ଗିରଫ କରାଯାଇଥିବା ସୂଚନା ମିଳିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।