ମୋଟିଭି ଓଡିଶା : ଖୋର୍ଦ୍ଧା : ବାଣ ପ୍ରସ୍ତୁତ ସମୟରେ ବିସ୍ଫୋରଣ ଘଟି ଘର ଜଳିଯିବା ସହ ଦୁଇ ଜଣ ଆହତ। ବିସ୍ଫୋରଣ ସମୟରେ ଶବ୍ଦ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଆତଙ୍କ ଖେଳିଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଲେଖନପୁର ଗାଁ ରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସେଇ ଗାଁ ର ଗୌରାଙ୍ଗ ଚରଣ ପଟ୍ଟନାୟକଙ୍କ ଘରେ ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ ଘଟି ଘରର ଆଜବେଷ୍ଟ ଉଡ଼ି ଯାଇଛି।ଘରର ମାଲିକ ଗୁରୁତର ଆହତ ହେବା ସହ ତାଙ୍କ ନାତୁଣୀ ମଧ୍ୟ ଆହତ ହୋଇଛି। ବାଙ୍କୀ ଏବଂ ବେଗୁନିଆରୁ ଅଗ୍ନିଶମ କର୍ମ ଆସି ନିଆକୁ ଆୟତ କରିଛି।ଖବର ପାଇ ଖୋର୍ଦ୍ଧା ଏସ ଡି ପି ଓ ଦିଲ୍ଲୀପ କୁମାର ଦାସ ଏବଂ ବାଘମାରି ଆଇ ଆଇ ସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଆହତ ବ୍ୟକ୍ତି ଙ୍କୁ ଭୁବନେଶ୍ୱର ର ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ