January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କେଜ୍ରିୱାଲଙ୍କୁ ଗିରଫ  ବୈଧତା ଉପରେ ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି ଭିନ୍ନମତ ରଖିଛନ୍ତି।

ନୂଆଦିଲ୍ଲୀ:  ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହେବାର ୬ ମାସ ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ  କେଜ୍ରିୱାଲଙ୍କୁ ଗିରଫ  ବୈଧତା ଉପରେ ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି ଭିନ୍ନମତ ରଖିଛନ୍ତି। ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ମନି ଲଣ୍ଡରିଂ ମାମଲାରେ ଜାମିନ ପାଇଥିବା ଆପ୍ ମୁଖ୍ୟ ଆଜି ସିବିଆଇ ମାମଲାରେ ମଧ୍ୟ ଜାମିନ ପାଇ ଜେଲ୍‌ରୁ ମୁକୁଳିଛନ୍ତି। ଆପ୍ ନେତା ମନୀଷ ସିସୋଦିଆ, ସଞ୍ଜୟ ସିଂହ, ବିଜୟ ନାୟାର ଏବଂ ଭାରତ ରାଷ୍ଟ୍ର ସମିତିର କେ କବିତାଙ୍କ ପରେ କେଜ୍ରିୱାଲ ଏହି ମାମଲାରେ ଜାମିନ ପାଇବାରେ ହେଉଛନ୍ତି ପଞ୍ଚମ ହାଇପ୍ରୋଫାଇଲ ନେତା।

ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଲମ୍ବା ତଦନ୍ତ ପ୍ରକ୍ରିୟାରେ ଦୀର୍ଘ ଦିନ ଧରି ଜେଲରେ ରଖାଯିବା ଜଣେ ବ୍ୟକ୍ତିକୁ ତା’ର ସ୍ୱାଧୀନତାରୁ ବଞ୍ଚିତ କରିଥାଏ। କିନ୍ତୁ କେଜ୍ରିୱାଲଙ୍କ ଗିରଫଦାରୀ ଆଇନଗତ ଏବଂ କୌଣସି ପ୍ରକ୍ରିୟାଗତ ଅନିୟମିତତାର ଶିକାର ହୋଇନାହିଁ। ଅନ୍ୟପକ୍ଷରେ ଜଷ୍ଟିସ ଉଜ୍ଜଳ ଭୂୟାଁ ଭିନ୍ନମତ ରଖି କହିଛନ୍ତି ଯେ ସିବିଆଇ ଦ୍ୱାରା ଏଭଳି ଗିରଫଦାରୀ ଆଦୌ ଯୁକ୍ତିଯୁକ୍ତ ନଥିଲା।

ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଶୁଣାଣି ଓ ତଦନ୍ତ ଦୀର୍ଘ ହେବା କ୍ଷେତ୍ରରେ ଜାମିନ ହେଉଛି ନିୟମ ଏବଂ ଜେଲ ଏକ ବ୍ୟତିକ୍ରମ ଏବଂ ଏହା ଏଠାରେ କାର୍ଯ୍ୟକାରୀ ହୋଇଛି। ଆବେଦନକାରୀଙ୍କ ଗିରଫଦାରୀ ବେଆଇନ ନୁହେଁ, କିନ୍ତ  ଏହା ହେଉଛି ବ୍ୟକ୍ତି ସ୍ବାଧୀନତାର ପ୍ରସଙ୍ଗ। ଅନ୍ୟପକ୍ଷରେ ଜଷ୍ଟିସ୍ ଭୂୟାଁ ସିବିଆଇକୁ କଡ଼ା ସମାଲୋଚନା କରି କହିଛ,  ଇଡି ମାମଲାରେ ଜାମିନ ପାଇବା ପରେ କେଜ୍ରିୱାଲଙ୍କୁ ଗିରଫ କରାଯିବା କେବଳ ଆପ୍ ମୁଖ୍ୟଙ୍କ ଜେଲରୁ ମୁକୁଳିବାରେ ବାଧା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା।  ଇଡି ମାମଲାରେ ମୁକୁଳିବା ପୂର୍ବରୁ ତାଙ୍କୁ ହଠାତ୍‌ ଗିରଫ କରାଯାଇଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି।  ସେ ଆହୁରି ମଧ୍ୟ କହିଛନ୍ତି ଯେ ସିବିଆଇ ଏକ ପିଂଜରା ଭିତରେ ବନ୍ଦୀ ଶୁଆ ଭଳି କାମ କରିବା ଉଚିତ ନୁହେଁ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।