February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

୩୨୦୦ଲିଟର ଦେଶୀ ମଦ ସହ ଦୁଇ ଗାଡି ଜବତ, ଜଣେ ଗିରଫ

ମୋଟିଭି ଓଡିଶା : ଆଠଗଡ: ଅବକାରୀ ଆୟୁକ୍ତ , କଟକ ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ ସମୟରେ ଚୋରା ଦେଶୀମଦ ପ୍ରସ୍ତୁତି ଓ ଚାଲାଣ ଉପରେ ଆଠଗଡ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢାଉ ଜାରି ରହିଛି। ଏହି କ୍ରମରେ ଶୁକ୍ରବାର ଜେନାପଦା ଗ୍ରାମ୍ୟ ରାସ୍ତାରେ ଆସୁଥିବା ଏକ ମହେନ୍ଦ୍ର ପିକ୍‌‌ଅପ୍‌‌ ଭ୍ୟାନକୁ ଅବକାରୀ ସ୍କାର୍ଡ ଅଟକାଇ ଯାଞ୍ଚ କରିବା ସମୟରେ ସେଥିôରୁ ୨୮୦୦ଲିଟର ମଦ ଥିବା ଦେଖି ଜବତ କରିଥିଲେ।

ସେହିପରି ପୁରୁଣା କଟକ ସମ୍ବଲପୁର ରାସ୍ତାର କଲରାଗଡ ଛକଠାରେ ଏକ ଆକ୍ଟିଭା ବାଇକରୁ  ୫୦ଲିଟର, ଅନ୍ୟଏକ ଘଟଣାରେ ଭିରୁଡା ନିକଟ ପାଇକ ସାହି ପାଖରେ ଏକ କଳା ପଲସର ଗାଡିରୁ ୩୫୦ଲିଟର ଦେଶୀମଦ ଜବତ କରାଯାଇଥିବାବେଳେ ବାଇକ ଆରୋହୀ ଦୌଡି ଫେରାର ହୋଇଯାଇଥିଲା।

ଅବକାରୀ ନିରୀକ୍ଷକ ହେମନ୍ତ ମହାନନ୍ଦିଆ, ଉପନିରୀକ୍ଷକ ଅରୁଣ ଭୋଇଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ଏହି ଧରପଗଡରେ ଅଂଶଗ୍ରହଣ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।