ମୋ ଟିଭି ଓଡିଶା / ଭୁବନେଶ୍ୱର :
ଭୁବନେଶ୍ବରରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଭୁବନେଶ୍ବର ରେଳ ଷ୍ଟେସନ ଅତିକ୍ରମ କଲାପରେ ଏହା ଲାଇନଚ୍ୟୁତ ହୋଇଛି । ଏହି ମାଲବାହୀ ଟ୍ରେନ ଆଜି (ଶୁକ୍ରବାର) ସକାଳେ ଡାଉନ ଲାଇନ ଦେଇ କଟକ ଅଭିମୁଖେ ଯାଉଥିଲା । ବାଣୀବିହାର ଓ ମାଷ୍ଟରକ୍ୟାଣ୍ଟିନ ଷ୍ଟେସନ ମଝିରେ ଏହାର ଦୁଇଟି ୱାଗନ ଲାଇନଚ୍ୟୁତ ହୋଇଯାଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ଲାଇନଚ୍ୟୁତ ହେବା କାରଣରୁ ସେହି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।
ଖବର ପାଇ ରେଲୱେ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ ମରାମତି କରୁଥିବା ସୂଚନା ମିଳିଛି । ତେବେ ଟ୍ରେନ କେମିତି ଟ୍ରାକରୁ ଖସିଲା ସେନେଇ କିଛି ଜଣାପଡିନି । ଏହାର ଗୋଟିଏ ବଗି ଟ୍ରାକ ଉପରେ ପଡିରହିଥିବା ଦେଖିବାକୁ ମିଳିଛି । ସକାଳ ପ୍ରାୟ ୮ଟା ୪୫ ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି । ରେଳଲାଇନର ପୁନରୁଦ୍ଧାର କରାଯାଉଛି । ଦୁଇଟି ଲାଇନ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇପଡିଛି । ମିଡିଲ ଲାଇନ ଏବଂ ଅଫଲାଇନ କାର୍ଯ୍ୟକ୍ଷମ ରହିଛି । ସେହି ରୁଟରେ ସମସ୍ତ ଟ୍ରେନ ଯାତାୟାତ କରୁଛି ବୋଲି ଡିଆରଏମ ସୂଚନା ଦେଇଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍ୟ ଅଗ୍ରଗତି ଜାରି ରହିଛି |
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ