ମୋଟିଭି ଓଡିଶା : କଳାହାଣ୍ଡି: ୨୯/୦୫/୨୪
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଧଅରପୁର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ଧଅରପୁର ପଞ୍ଚାୟତ ତେନ୍ତୁଳିପଡାର ଧନ ସୁନ୍ଦର ଗୋପାଳ (୨୬) ଓ କାମନ୍ତ ଚନ୍ଦନ( ୨୫) ବୋଲି ଜଣାପଡ଼ିଛି। ଉଭୟେ ଧଅରପୁର ଗ୍ରାମକୁ ମିସ୍ତ୍ରୀ କାମ କରି ଫେରୁଥିବା ବେଳେ ହଠାତ କାଳବୈଶାଖୀ ତାଣ୍ଡବ ରଚିଥିଲା। ପବନ ଘଡଘଡି ସହ ବର୍ଷା ହେବା ଯୋଗୁ ଗାଁ ନିକଟ ଏକ ପୋଖରୀ ଗଛ ମୂଳରେ ଲୁଚି ରହିଥିଲେ। ଠିକ ଏହି ସମୟରେ ବଜ୍ରପାତ ହୋଇଥିବା ବେଳେ ଘଟଣା ସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇ ଯାଇଛି।
ସ୍ଥାନୀୟ ଲୋକ କୋକସରା ପୋଲିସକୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛି। ତେବେ ଉଭୟଙ୍କ ମୃତ ଦେହ ପୋଲିସ ଜବତ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇ ଥିବା ସୂଚନା ମିଳିଛି। ସନ୍ଧ୍ୟା ହୋଇଥିବାରୁ ଗୁରୁବାର ଦିନ ଶବ ବ୍ୟବଚ୍ଛେଦ କରାଯିବାକୁ ପୋଲିସ ସୂଚନା ଦେଇଛି। ଉଭୟ ମୃତକ ମାନେ ବିବାହିତ ହୋଇଥିବା ବେଳେ ଗୋଟାଏ ଲେଖାଏଁ ସନ୍ତାନ ଥିବା ଓ ବର୍ତ୍ତମାନ ଉଭୟଙ୍କ ସ୍ତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି। ଉଭୟଙ୍କ ମୃତ୍ୟୁରେ ଗାଁ ତଥା ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି। ଉଭୟଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ପଞ୍ଚାୟତବାସୀଙ୍କ ଦାବି ହେଉଛି।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ